ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଅସାମାଜିକ ବ୍ୟକ୍ତି ଓ ନିଶାଡ଼ି ହୋଇଯାନ୍ତୁ ସାବଧାନ । ନିଶାଡ଼ି ଓ ଅସାମାଜିକ ବ୍ୟକ୍ତିଙ୍କୁ ସାବାଡ଼ କରିବା ପାଇଁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡରେ ପୋଲିସ୍ ପକ୍ଷରୁ ଆରମ୍ଭ ହୋଇଛି ସ୍ପେସାଲ୍ ଡ୍ରାଇଭ୍ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସବ-ଡିଭିଜନ ପୋଲିସ ଖୋଲା ମଦ ସେବନ ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ ବିରୁଦ୍ଧରେ ଏକ ସ୍ୱତନ୍ତ୍ର ଅଭିଯାନ ନୂତନ ଏସ ଡି ପି ଓ ଶୁଭମ ଭୋସଲେ ଙ୍କ ନେତୃତ୍ୱ ରେ ଆରମ୍ଭ ହୋଇଛି ।

ଏହି ପରିପ୍ରେକ୍ଷୀରେ ଉପଖଣ୍ଡ ର ଚିହ୍ନଟ ହୋଇଥିବା ବିଭିନ୍ନ ଅନ୍ଧାର ଅଞ୍ଚଳ ଏବଂ ସମ୍ବେଦନଶୀଳ ସ୍ଥାନରେ ଚଢାଉ କରାଯାଉଛି । ଏଣୁ ସାଧାରଣ ସୁରକ୍ଷା, ବିଶେଷ କରି ମହିଳା ଏବଂ ଶିଶୁଙ୍କ ପାଇଁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏଣୁ ଉପରୋକ୍ତ କାର୍ଯ୍ୟରେ ଲିପ୍ତ ରହୁଥିବା ବ୍ୟକ୍ତି ବିଶେଷ ମାନେ ଏ ସବୁ କାର୍ଯ୍ୟ ରୁ ଦୁରେଇ ରହିବା ସହ ଅଞ୍ଚଳବାସୀ ଏପରି ଯେକୌଣସି କାର୍ଯ୍ୟକଳାପ ନଜରରେ ଆସିଲେ ପୋଲିସକୁ ଜଣାଇବେ,

ଜଣାଇଥିବା ବ୍ୟକ୍ତି ବିଶେଷ ଙ୍କ ପରିଚୟ ଶତ ପ୍ରତିଶତ ଗୋପନ ରଖାଯିବା ସହ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରାଯିବ ବୋଲି ଏସ ଡି ପି ଓ ଶ୍ରୀ ଭୋସଲେ କହିଛନ୍ତି । ଏଭଳି ସଚେତନତା କାର୍ଯ୍ୟକ୍ରମ କୁ ବିଭିନ୍ନ ମହଲ ରୁ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କୁହାଯାଉଥିବା ବେଳେ ଏହାକୁ ନିୟମିତ ବଳବତ୍ତର ରଖାଗଲେ ଆଗାମୀ ଦିନରେ ଅସାମାଜିକ କାର୍ଯ୍ୟ କଳାପ କିଛି ମାତ୍ରା ରେ କମିପାରିବ ବୋଲି ବୁଦ୍ଧିଜୀବୀ ମହଲ ରୁ କୁହାଯାଇଛି l