No Result
View All Result
ଓଡ଼ିଶାବାସୀ ଭାରତୀୟ ଜନତାପାର୍ଟି ମାଧ୍ୟମରେ ଭବିଷ୍ୟତ ଦେଖୁଛନ୍ତି
ଆଗାମୀ ଦିନର ରୋଡ ମ୍ୟାପ ପ୍ରସ୍ତୁତ କଲା ବିଜେପି
ସଂଗଠନକୁ ଆହୁରି ମଜ୍ଭୁତ କରିବାକୁ ଗୁରୁତ୍ୱ
ସଂଗଠନକୁ ସର୍ବବ୍ୟାପୀ, ସର୍ବସ୍ପର୍ଶୀ କରାଇବାକୁ ପ୍ରୟାସ ଜାରି ରହିଛି
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ଭାରତୀୟ ଜନତା ପାର୍ଟି ପ୍ରତିଶ୍ରୁତିବଦ୍ଧ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ସାଧାରଣ ଲୋକଙ୍କ ପାଖରେ ପହଂଚାଇବା ସହ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ସଂଗଠନ ସହ ସମନ୍ୱୟ କରି ଦେଶ ଏବଂ ଓଡ଼ିଶାର ବିକାଶ କରିବା ପାଇଁ ବିଭିିନ୍ନ ସମୟରେ ବିଜେପି ପକ୍ଷରୁ କର୍ମଶାଳା ଆୟୋଜନ କରାଯାଇଥାଏ ।

ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ କାର୍ଯ୍ୟାଳୟରେ ପ୍ରଦେଶସ୍ତରୀୟ ସାଙ୍ଗଠନିକ କର୍ମଶାଳ ଅନୁଷ୍ଠିତ ହୋଇଯାଇଛି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହଛନ୍ତି । ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ଆଶୀର୍ବାଦ ଭାରତୀୟ ଜନତା ପାର୍ଟି ସହ ଅଛି । ଓଡ଼ିଶାବାସୀ ଏହି ଦଳ ମାଧ୍ୟମରେ ଓଡ଼ିଶାର ଭବିଷ୍ୟତ ଦେଖୁଛନ୍ତି । ଏଥିପାଇଁ ବିଜେପି ନିଷ୍ଠାର ସହ ଲୋକଙ୍କ ସେବା କରୁଛି ।

ଆଜିର କର୍ମଶାଳା ମାଧ୍ୟମରେ ବିଜେପି ତା’ର ସଂଗଠନକୁ ସର୍ବବ୍ୟାପୀ, ସର୍ବସ୍ପର୍ଶୀ କରାଇବା ପାଇଁ ପ୍ରୟାସ ଜାରି ରଖିଛି । ଦେଶ ଓ ରାଜ୍ୟର ବିକାଶରେ କାର୍ଯ୍ୟକର୍ତାଙ୍କ କିପରି ସହଯୋଗ ରହିବ ସେସମ୍ପର୍କରେ କର୍ମଶାଳାରେ ଆଲୋଚନା କରାଯାଇଥିଲା । ଏଥିରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ(ସଂଗଠନ) ଶ୍ରୀ ବି.ଏଲ୍.ସନ୍ତୋଷ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟପାଲ ସିଂ ତୋମାର, ସହ ପ୍ରଭାରୀ ଶ୍ରୀମତୀ ଲତା ଉଷେଣ୍ଡି,

ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ବିଜେପିର ଆଗାମୀ ଦିନର ରୋଡ ମ୍ୟାପ୍ ପ୍ରସ୍ତୁତ କରିଥିଲେ । ଏଥିସହ ସଂଗଠନକୁ ଆହୁରି ମଜ୍ଭୁତ କରିବା ଉପରେ କର୍ମଶାଳାରେ ଆଲୋଚନା କରିଥିଲେ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି କର୍ମଶାଳାରେ ସମସ୍ତ ରାଜ୍ୟ ପ୍ରଦାଧିକାରୀ, ମୋର୍ଚ୍ଚା ସଭାପତି, ଜିଲ୍ଲା ପ୍ରଭାରୀ, ଜିଲ୍ଲା ସଭାପତିମାନେ ଯୋଗଦେଇଥିଲେ ।

No Result
View All Result