No Result
View All Result
ଖୋର୍ଦ୍ଧା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ସ୍ବାଧୀନତା ସଂଗ୍ରାମରେ ସ୍ବାଧୀନତା ସଂଗ୍ରାମୀ, କବିଗୋୖରବ ପଣ୍ଡିତ ନାରାୟଣ ମିଶ୍ରଙ୍କ ତ୍ୟାଗ ଓ ତିତୀକ୍ଷା ବିଶ୍ବସ୍ତରରେ ପହଞ୍ଚାଇବା ସହ ତାଙ୍କ ଆଦର୍ଶ ପ୍ରତି ଯୁବମାନସଙ୍କୁ ଆକୃଷ୍ଟ କରିବା ଲାଗି ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ ଆହ୍ବାନ ଦେଇଛନ୍ତି। ଖୋର୍ଦ୍ଧାସ୍ଥିତ ଜୟୀ ରାଜଗୁରୁ ଟାଉନହଲ ପରିସରରେ ଆୟୋଜିତ ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ନାରାୟଣ ମିଶ୍ରଙ୍କ ୧୧୦ତମ ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ରୂପେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପଣ୍ଡିତ ମିଶ୍ରଙ୍କ ଲବଣ ସତ୍ୟାଗ୍ରହରୁ ଆରମ୍ଭ କରି ଅସହଯୋଗ ଆନ୍ଦୋଳନରେ ରହିଥିବା ସମ୍ପୃକ୍ତି ସମ୍ପର୍କରେ ଆଲୋକପାତ କରିଥିଲେ ।

ମୁଖ୍ୟବକ୍ତା ରୂପେ ଅଖିଳଚକ୍ର-ଓଡ଼ିଶାର ସମ୍ପାଦକ ହରେକୃଷ୍ଣ ପଣ୍ଡା ପଣ୍ଡିତ ମିଶ୍ର ଯାଜପୁର ଜିଲାର ବରୀ ଆଶ୍ରମରେ ରହି କିଭଳି ସ୍ବାଧୀନତା ସଂଗ୍ରାମରେ ସାମିଲ ହେବା ଲାଗି ବାନର ସେନା ଗଠନ କରିବାରେ ଅଗ୍ରସର ହେଉଥିଲେ, ସେ ସମ୍ପର୍କରେ ଅବତାରଣା କରିଥିଲେ। ବିଶିଷ୍ଟ ଶିକ୍ଷାବିତ୍ ଡ଼.ନିରଞ୍ଜନ ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହର ଆରମ୍ଭରେ ବିବେକାନନ୍ଦ ଗ୍ରୁପ୍ର ଅଧ୍ୟକ୍ଷ ତଥା ସଂଗ୍ରାମୀ ନାରାୟଣ ସ୍ମୃତି ପରିଷଦର ସମ୍ପାଦକ ଡ଼.ଧୀରେନ୍ଦ୍ର ନନ୍ଦ ପ୍ରାରମ୍ଭିକ ସୂଚନା ଦେବା ସହ ପଣ୍ଡିତ ମିଶ୍ରଙ୍କ ଷଠିଘର ‘ସ୍ବାଧୀନତା ସଂଗ୍ରାମ ସୈନିକ ସଦନ’ର ପୁନରୁଦ୍ଧାର ପ୍ରତି ସରକାର ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ।
ସମ୍ମାନିତ ବକ୍ତା ରୂପେ ବରିଷ୍ଠ ଆଡ଼ଭୋକେଟ ଅଜିତ୍ ପଟ୍ଟନାୟକ ଏବଂ ଐତିହାସିକ ସତ୍ୟବାଦୀ ବଳିୟାରସିଂହ ପ୍ରମୁଖ ଯୋଗଦେଇ ପଣ୍ଡିତ ମିଶ୍ରଙ୍କ ଲିଖିତ ‘ଚିଲିକା ଦର୍ଶନ’, ‘ଭୋଟର ଭାବନା’, ‘ପୁଣ୍ୟଶ୍ଲୋକ’ ଓ ‘ଦଶଦିଗ’ ଆଦି କାବ୍ୟ ଓଡ଼ିଆ ସାହିତ୍ୟର ଅମୂଲ୍ୟ ଗ୍ରନ୍ଥ ବୋଲି ବିବେଚନା କରିଥିଲେ। ସମ୍ମାନିତ ଅତିଥି ରୂପେ ଇନରହୁଇଲ କ୍ଲବ ସଭାନେତ୍ରୀ ଡ଼.ମିନତା ମହାନ୍ତି, କ୍ୟାପିଟାଲ ଆଇନ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼.ବୃନ୍ଦାବନ ପଣ୍ଡା ପ୍ରମୁଖ ଯୋଗଦେଇ ବାଜପୁର ମାଟି ପୁଣ୍ୟାତ୍ମା ମିଶ୍ରଙ୍କ ପାଇଁ ରୁଦ୍ଧିମନ୍ତ ହୋଇଛି ବୋଲି କହିଥିଲେ ।
ଏହି ପରିପ୍ରେକ୍ଷୀରେ ବିଶିଷ୍ଟ ସମାଜସେବୀ ତଥା ପରିବେଶବିତ୍ ସୁକାନ୍ତି ପଟ୍ଟନାୟକ, ଗଣମାଧ୍ୟମ ବ୍ୟକ୍ତିତ୍ବ କମଲକ୍ରିଷ୍ଣ ମହାନ୍ତି, ଆନ୍ଦୋଳନ-ଓଡ଼ିଶାର ସତ୍ତ୍ବାଧିକାରୀ ସନ୍ତୋଷକୁମାର ମହାନ୍ତି, ଚିତ୍ରଉତ୍ତୋଳକ ଗୋପୀନାଥ ନନ୍ଦୀ ଏବଂ ସନ୍ତୋଷକୁମାର ଦାସ ପ୍ରମୁଖଙ୍କୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ମେଜର କ୍ଷୀରୋଦପ୍ରସାଦ ମହାନ୍ତି, ସ୍ତମ୍ଭକାର ଉମାଶଙ୍କର ପ୍ରସାଦ,
ସମବାୟବିତ୍ ବିମଳ ଷଡ଼ଙ୍ଗୀ, ଆଡ଼ଭୋକେଟ ଶକ୍ତିଶଙ୍କର ମିଶ୍ର, ପଣ୍ଡିତ ମିଶ୍ରଙ୍କ ପୁତ୍ରବଧୂ ତଥା ଆଦର୍ଶ ଶିକ୍ଷୟିତ୍ରୀ ମନୋରମା ମିଶ୍ର, ବିବେକାନନ୍ଦ ବିଦ୍ୟାମନ୍ଦିରର ପ୍ରତିଷ୍ଠାତା ଜୟଦେବ ମିଶ୍ର, ସୁବାସ ସାମନ୍ତରାୟ, ଆଦର୍ଶ ଶିକ୍ଷକ ବୈକୁଣ୍ଠନାଥ ରାଜଗୁରୁ ପ୍ରମୁଖ ଉପସ୍ଥିତ ଥିଲେ। ସକାଳେ ମଙ୍ଗଳାନଗର ଛକସ୍ଥିତ ପଣ୍ଡିତ ମିଶ୍ରଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଶେଷରେ କାରମେଲ୍ ଇଂରାଜୀ ବିଦ୍ୟାଳୟ ଛାତ୍ର ସୋୖଭବ ମିଶ୍ର ସଭାପତିତ୍ବ କରିଥିଲେ ।

No Result
View All Result