ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଗୋପାଳପୁର ଠାରୁ ରୟପୁର କୁ ସଂଯୋଗ କରୁଥିବା ୫୯ ନଂ. ଜାତୀୟ ରାଜପଥର କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ରୁ ଗାଜାଲବାଡ଼ି ଦେଇ ଗଞ୍ଜାମ ଜିଲ୍ଲାକୁ ଯାଇଥିବା ରାସ୍ତାର ପୁନଃରୁଧାର ଓ ପ୍ରଶସ୍ତିକରଣ ଦାବୀ ନେଇ ଆସନ୍ତା ୧୭ ତାରିଖରେ ଦାରିଙ୍ଗବାଡି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏହି ଜାତୀୟ ରାଜପଥର ଗାଜଲବାଡି ଘାଟିର ସମ୍ପ୍ରସାରଣ ବିଳମ୍ବକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।















