ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଡ. ଅରବିନ୍ଦ ପା଼ଢ଼ୀଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ମାନଙ୍କ ସ୍ଵଛନ୍ଦ ଦର୍ଶନ ବ୍ୟବସ୍ଥା ଉପରେ ପ୍ରାରମ୍ଭିକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟିର ସେବକ ସଦସ୍ୟ ମାନଙ୍କ ସହିତ ବରିଷ୍ଠ ସେବକ ମଧ୍ୟ ନିମନ୍ତ୍ରିତ ସଦସ୍ୟ ଭାବରେ ଯୋଗଦାନ କରିଥିଲେ ।















