No Result
View All Result
ସାମ୍ବାଦିକଙ୍କ ଚା ଖଟିରୁ ଆରମ୍ଭ ହୋଇଥିବା ମହୋତ୍ସବ ଆଜି ୭ମ ବର୍ଷ ପହଁଚିଛି l ଏହି ୭ମ ବାର୍ଷିକ ମହୋତ୍ସବରେ ରଣପୁର ବ୍ଲକର ୧୦ରୁ ଉର୍ଦ୍ଧ ଗଣମାଧ୍ୟମ ଭାଇମାନଙ୍କୁ ଆଜି ନିମନ୍ତ୍ରଣ କରି ଅପମାନ କରଯାଇଥିବା ଦେଖିବାକୁ ମିଳିଛି l
କମିଟିର ସଭାପତି ଓ ସମ୍ପାଦକଙ୍କ ଏଭଳି ଦାୟିତ୍ୱ ହୀନ କାର୍ଯ୍ୟକୁ ସମାଜସେବୀ, ବୁଦ୍ଧିଜୀବୀ, ଶିକ୍ଷାବିତ ଓ ରାଜସୁନାଖଳା ଗ୍ରାମବାସୀମାନେ ଦୃଢ଼ ନିନ୍ଦା କରିଅଛନ୍ତି l
ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ମହୋତ୍ସବ କମିଟିର ସଭାପତି ତଥା ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନଙ୍କ ଅଧକ୍ଷତାରେ ଏବଂ ମହୋତ୍ସବ କମିଟି ସମ୍ପାଦକ ଜୟେନ୍ଦ୍ର ବେହେରାଙ୍କ ଆବାହକତ୍ୱରେ ନୟାଗଡ଼ ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ପଡିଆରେ ମଙ୍ଗଳ ବାରଦିନ ଦିନ ୭ ତମ ବାର୍ଷିକ କାଉଁରୀ ମହୋତ୍ସବ ୨୦୨୫ ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଯାଇଅଛି l ତୃତୀୟ ସନ୍ଧ୍ୟାରେ ବିଭିନ୍ନ ମନୋରଞ୍ଜନ ଧର୍ମୀ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
ଏହି କାଉଁରୀ ମହୋତ୍ସବରେ ମୁଖ୍ୟଅତିଥି ଭାବେ ନୟାଗଡ଼ ଜିଲ୍ଲାପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ , ମୂଖ୍ୟବକ୍ତା ଭାବେ ଓଟିଭି ବରିଷ୍ଠ ଉପସ୍ଥାପିକା ତଥା ସାମ୍ବାଦିକ ରୋଜାଲିନ ମିଶ୍ର ସ୍ୱତନ୍ତ୍ର ଅତିଥିଭାବେ ଅର୍ଣ୍ଣପୂର୍ଣ୍ଣା ଫାଉଣ୍ଡେସନ ଅଧକ୍ଷ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ , ନୟାଗଡ଼ ଜିଲ୍ଲା ଓକିଲ ସଙ୍ଘର ସଭାପତି ଆଇନଜୀବୀ ରଞ୍ଜିତ କୁମାର ପଟ୍ଟନାୟକ, ବଡ଼କୁମାରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରଫୁଲ କୁମାର ପ୍ରଧାନ, ଓ ସଂମ୍ମାନିତ ଅତିଥିଭାବେ ସମାଜସେବୀ ଶିଶିର କୁମାର ସାହୁ,

ଯୁବ ବ୍ୟବସାୟୀ ସନ୍ତୋଷ କୁମାର ସାହୁ, ସମାଜ ସେବୀ ଅଭିଷେକ ସାମନ୍ତରାୟ,,ରାଜସୁନାଖଳା ସାମ୍ବାଦିକ ସଙ୍ଘ ଉପଦେଷ୍ଠା କିଶୋର ଚନ୍ଦ୍ର ରାଉତରାୟ, ବ୍ୟଙ୍ଗ କବି ରବୀନ୍ଦ୍ର କୁମାର ରାଉତ ପ୍ରମୁଖ ଯୋଗଦେଇ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଫୁଲ, ଚନ୍ଦନ ଓ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ l ମହୋତ୍ସବ କମିଟିର ସମ୍ପାଦକ ଜୟେନ୍ଦ୍ର ବେହେରା, ସମ୍ପାଦିକୀୟ ବିବରଣୀ ପଠନ କରି ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ l ମହୋତ୍ସବ କମିଟିର ସଭାପତି ଚିତ୍ତରଞ୍ଜନ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ l
ରାଜସୁନାଖଳା କାଉଁରୀ ମହୋତ୍ସବ ସାଂସ୍କୃତିକ କମିଟିର କଳାକାରମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ l ରାଜ ସୁନାଖଳାର ସଂସ୍କୃତି, ସାହିତ୍ୟ ଐତିହ୍ୟ ଓ ପରମ୍ପରାକୁ ଉଜ୍ଜୀବିତ କରି ରଖେ ମହୋତ୍ସବ ବୋଲି ମୁଖ୍ୟଅତିଥି ନୟାଗଡ଼ ଜିଲ୍ଲା ଜିଲ୍ଲାରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଅଭିଭାଷଣରେ କହିଥିଲେ । ହଜାର ହଜାର ଦର୍ଶକ ଚଟପଟି ଖାଦ୍ୟ ରାମଦୋଳି, ବିଭିନ୍ନ ଷ୍ଟଲ ବୁଲି ମଜlଉଠାଇଥିଲେ । ତୃତୀୟ ସନ୍ଧ୍ୟାରେ ସିକିମ ଲୋକପ୍ରିୟ ମାରୁଣୀ ନୃତ୍ୟରେ ଦର୍ଶକଙ୍କ ମନମୋହିଥିଲା l

ରାଜସୁନାଖଳା ମହୋତ୍ସବ ଦେଖିବାକୁ ୨୦ଟି ଗ୍ରାମରୁ ହଜାର ହଜାର ଦର୍ଶକଙ୍କ ସମାଗମ ହେଉଥିବାରୁ ମହୋତ୍ସବ ପଡିଆରେ ଅଗ୍ନି ସୁରକ୍ଷାବ୍ୟବସ୍ଥା ଠିକ ନଥିବାବେଳେ ହଠାତ୍ ଅଗ୍ନିକାଣ୍ଡ ଘଟିଲେ ମୃତ୍ୟୁର ଆଶଙ୍କ ରହିଛି l ଦର୍ଶକଙ୍କ ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ ନୟାଗଡ଼ ଜିଲ୍ଲାପାଳଙ୍କୁ ଅଞ୍ଚଳ ବାସୀ ଅନୁରୋଧ କରିଛନ୍ତି l ସାମ୍ବାଦିକଙ୍କ ଚା ଖଟିରୁ ଆରମ୍ଭ ହୋଇଥିବା ମହୋତ୍ସବ ଆଜି ୭ମ ବର୍ଷ ପହଁଚିଛି l

ଏହି ୭ମ ବାର୍ଷିକ ମହୋତ୍ସବରେ ରଣପୁର ବ୍ଲକର ୧୦ରୁ ଉର୍ଦ୍ଧ ଗଣମାଧ୍ୟମ ଭାଇମାନଙ୍କୁ ଆଜି ନିମନ୍ତ୍ରଣ କରି ଅପମାନ କରଯାଇଥିବା ଦେଖିବାକୁ ମିଳିଛି l ରାଜସୁନାଖଳା ମହୋତ୍ସବ(କାଉଁରୀ) କମିଟିର ସଭାପତି ଓ ସମ୍ପାଦକଙ୍କ ଏଭଳି ଦାୟିତ୍ୱ ହୀନ କାର୍ଯ୍ୟକୁ ସମାଜସେବୀ, ବୁଦ୍ଧିଜୀବୀ, ଶିକ୍ଷାବିତ ଓ ରାଜସୁନାଖଳା ଗ୍ରାମବାସୀମାନେ ଦୃଢ଼ ନିନ୍ଦା କରିଅଛନ୍ତି l

No Result
View All Result