ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ମା”ଉତ୍ତରାୟଣୀ ପୀଠରୁ ଆରମ୍ଭ ହୋଇଥିବା ଅଗ୍ରଣୀ ସ୍ୱେଚ୍ଛାସେଵୀ ସଂସ୍କାର ସଂଗଠନ “ମୋ ପରିବାର” ସବୁବେଳେ ନିଆରା କାର୍ଯ୍ୟ କରିବା ସହିତ ପ୍ରତିଷ୍ଠାତା ସାମ୍ୱାଦିକ ଶୁଭେନ୍ଦ୍ର ଶତପଥୀଙ୍କ ନୀତି ଓ ନୀୟମ ପାଇଁ ସବୁ ସ୍ଥାନରେ ସବୁବେଳେ ପ୍ରଶଂସିତ ହେବା ସହିତ ସମ୍ବର୍ଦ୍ଧିତ ହେଉଛି l ଓଡିଶାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରି ସମାଜର ହିତରେ ଜନମାସରେ ଅନୁଷ୍ଠାନ ଗଡି ସାମାଜିକ କର୍ମରେ ଅନୁଷ୍ଠାନିକ ଭାବେ କାର୍ଯ୍ୟରତ ଅନୁଷ୍ଠାନ ମାନଙ୍କୁ ଅନୁପ୍ରାଣିତ କରିବା ନିମନ୍ତେ ସମ୍ମାନିତ କରାଯାଇଥିବା ମଧ୍ୟରୁ “ମୋ ପରିବାର” କୁ ପ୍ରଥମେ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା l

ରାଜଧାନୀର ବିପିନ ବିହାରୀ ଚୌଧୁରି ବଧିର ସ୍କୁଲ ପରିସରରେ ଆୟୋଜିତ “ଦିବ୍ୟାଙ୍ଗ ମହୋତ୍ସବ-୨୦୨୫”ସମ୍ବାଦପତ୍ର’ନନ୍ଦିନୀ’ର ସମ୍ପାଦକ ହେମନ୍ତ ରଥଙ୍କ ପରିଚାଳନା ଓ ସଭାପତିତ୍ୱରେ ଆୟୋଜିତ ମହୋତ୍ସବର ମୁଖ୍ୟ ଅତିଥି ଥିଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସାମୂହିକ ଭାବେ ସେମାନେ ପ୍ରଦୀପପ୍ରଜ୍ୱଳନ କରି ମହୋତ୍ସବକୁ ଉଦଘାଟନ କରିଥିଲେ । ଅତିଥି ଭାବେ ହାଇଟେକ ଗ୍ରୁପର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ l















