ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) ପୁରୀ :- ନିଜ କଳ୍ପନା କୁ କାନଭାସ୍ ଉପରେ ରଙ୍ଗ ତୂଳୀର କୋମଳ ସ୍ପର୍ଶରେ ଓଡ଼ିଶା ର ପାରମ୍ପରିକ ଚିତ୍ର କଳାକୁ ବିଭିନ୍ନ ରଙ୍ଗରେ ଆଧୁନିକତାର ଛାଞ୍ଚ ରେ ଆଙ୍କି ଦିଅନ୍ତି ଆମ ଓଡ଼ିଆ ଚିତ୍ରଶିଳ୍ପୀ ରାଜ ମହାରଣା । ଅଧୁନା ମୁମ୍ବାଇ ଠାରେ ଅନୁଷ୍ଠିତ ହୋଇଥିବା ’50 above 50 India’s Biggest Senior Talent Hunt’ ପ୍ରତିଯୋଗିତାରେ ଭାଗ ନେଇ ଶ୍ରୀଯୁକ୍ତ ମହାରଣା ଓଡ଼ିଶା ପାଇଁ ଆଣିଛନ୍ତି ଗୌରବ ।
ଉକ୍ତ ପ୍ରତିଯୋଗିତାରେ ବିଶିଷ୍ଟ ଚିତ୍ରଶିଳ୍ପୀ ଓଡ଼ିଆ ପୁଅ ରାଜ ମହାରଣା ବିପୁଳ ସଂଖ୍ୟାରେ ଅନ୍ ଲାଇନ୍ ମାଧ୍ୟମ ରେଭୋଟ ପାଇ Canvas Artist of the Year ର ସମ୍ମାନଜନକ ମୁକୁଟ ପିନ୍ଧିଛନ୍ତି । ସେ ପଚାଶ ଜଣ କୃତୀ ପ୍ରତିଯୋଗୀଙ୍କ ମଧରେ ପ୍ରଥମ ଦଶ ଜଣଙ୍କରେ ସ୍ଥାନ ପାଇ ଛନ୍ତି ।
ଓଡ଼ିଶା ର ନିଆରା ପାରମ୍ପରିକ ପଟ୍ଟଚିତ୍ର କଳାକୁ ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ମଞ୍ଚ ରେ ଉପସ୍ଥାପନା କରି ଅନେକ ପ୍ରଶଂସା ସାଉଁଟି ଛନ୍ତି ଏହି ଶିଳ୍ପୀ । ଏଠାରେ ପ୍ରକାଶଯୋଗ୍ୟ ଶ୍ରୀ ରାଜ ମହାରଣା ହେଉଛନ୍ତି
ପଦ୍ମଶ୍ରୀ ଉପାଧି ପ୍ରାପ୍ତ ଚିତ୍ରଶିଳ୍ପୀ ଗୁରୁ ଶ୍ରୀଯୁକ୍ତ ବିନୋଦ ମହାରଣାଙ୍କ ସୁପୁତ୍ର ଏବଂ ଅଧୁନା ସେ କିଟ୍ ବିଶ୍ୱବିଦ୍ୟାଳୟର କିଟ୍ ସ୍କୁଲ୍ ଅଫ୍ ଫ୍ୟାସନ୍ ଟେକ୍ନୋଲୋଜି ରେ ଜଣେ ତାଲିମ ପ୍ରାପ୍ତ ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି । ତାଙ୍କ ସଫଳତା ର ଶ୍ରେୟ ସେ ତାଙ୍କ ପିତା, ମାତା, ପତ୍ନୀ ,ସହକର୍ମୀ ବନ୍ଧୁ ଏବଂ କିଟ୍, କିସ୍ ଓ କିମ୍ସ ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଦେଇଛନ୍ତି ।














