ଓଡ଼ିଶା ତାଜା ନ୍ୟୁଜ (୧୮ ସେପ୍ଟେମ୍ବର ଶୁକ୍ରବାର) ଭୁବନେଶ୍ୱର :- ତାଲିମପ୍ରାପ୍ତ ଅଣନିଯୁକ୍ତି ଯୁବ ମଙ୍ଗଳନ୍ୟାସ ପକ୍ଷରୁ ରାଜ୍ୟସରକାରଙ୍କୁ ରାଜ୍ୟବାସୀଙ୍କ ତରଫରୁ କେତୋଟି ପ୍ରଶ୍ନ । ପ୍ରଶ୍ନ (୧) ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଥିବା ରାଜ୍ୟ ସରକାର ରାଜ୍ୟରେ କେତେ ପାରା ମେଡ଼ିକାଲ ଷ୍ଟାଫ ଅଛନ୍ତି ତାର ସ୍ପଷ୍ଟୀକରଣ ତେବେ କି ? (୨) ରାଜ୍ୟରେ ଲୋକସଂଖ୍ୟା ହିସାବରେ କେତେ ଜଣ ପାରା ମେଡ଼ିକାଲ ଷ୍ଟାଫ ନିଯୁକ୍ତି ପାଇଛନ୍ତି, ତାହା ସ୍ପଷ୍ଟ କରିବେ କି ? (୩) ସମ୍ପ୍ରତି ଦେଖାଦେଇଥିବା ମହାମାରୀ କରୋନାର ତାଣ୍ଡବଲୀଳାରେ ରାଜ୍ୟବାସୀ ହନ୍ତସନ୍ତ ହେଉଥିବା ସମୟରେ ନିଜର ପାରିବା ପଣିଆ ଓ ବାହାସ୍ଫୋଟକୁ ଚରିତାର୍ଥ କରିବାକୁ ଯାଇ କିଛି ନିରୀହ ପାରା ମେଡ଼ିକାଲ ଷ୍ଟାଫଙ୍କ ଭାଗ୍ୟ ଭବିଷ୍ୟତକୁ ଦଳି ମକଚି ଫୋପାଡ଼ି ଦେବାରେ ରାଜ୍ୟ ସରକାରଙ୍କର କି ପ୍ରକାର ମହତ ଉଦ୍ଦେଶ୍ୟ ଅଛି ତାର ସ୍ପଷ୍ଟୀକରଣ ତେବେ କି ? (୪) ରାଜ୍ୟ ସରକାର ବାଃ ବାଃ ନେବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପ୍ରତ୍ୟେକ ଦିନ ପ୍ରଚାର ପ୍ରସାର କରୁଥିଲେ ମଧ୍ୟ ତାହାର ସତ୍ୟତା କେତେ ତାହା ସ୍ପଷ୍ଟ କରିବେ କି? କିନ୍ତୁ ବାସ୍ତବ ଚିତ୍ରରେ ରାଜ୍ୟବାସୀ ଯେଉଁଭଳି ଭାବରେ କରୋନାର ପ୍ରକୋପରେ ମୃତ୍ୟୁବରଣ କରୁଛନ୍ତି ତାକୁ ସାମ୍ନା କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ କିଛି ସଂକଳ୍ପ ବା ବିକଳ୍ପ ନାହିଁ ।
ଏହା କେବଳ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇବା ବ୍ୟତୀତ ଅନ୍ୟ କିଛି ନୁହେଁ । ସୂଚନାଯୋଗ୍ୟ ଯେ, ଞକ୍ସବସଦ୍ଭରୟ ଟଦ୍ଭରଜ୍ଞକ୍ଟ୍ରକ୍ଷକ୍ଟଚ୍ଚରୟ ଣକ୍ଟଙ୍କଗ୍ଧଷ ଡରକ୍ଷଲବକ୍ସର ଞକ୍ସଙ୍କଗ୍ଦଗ୍ଧ ତରଫରୁ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା । କେସ୍ ନଂ.- ଙ୍ଗ.କ୍ଟ୍ର.ମ. ୧୬୮୦୫/୨୦୨୦ ତା ୧୬.୭.୨୦୨୦ରିଖ ଦିନ ଯେତେବେଳେ ଉଚ୍ଚ ନ୍ୟାୟାଳୟ ହୃଦ୍ବୋଧ କଲେ ମାମଲାଟିର ସତ୍ୟତା ଅଛି, ସେତେବେଳେ ରାଜ୍ୟ ସରକାର ଉକ୍ତ ସନ୍ଧ୍ୟାରେ ନିଜର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଯିବା ଭୟରେ ୭ ହଜାର ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ଘୋଷଣା କଲେ । ତାହା ପୁଣି ୯୦ ଦିନ ପାଇଁ ଯାହା ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ ନଥିଲା ତ? ଏବେ ସ୍ୱାସ୍ଥ୍ୟ ସଚିବ ମହୋଦୟ ସମସ୍ତ ଉଉଉ ବନ୍ଦ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ଏଥିରୁ ସ୍ପଷ୍ଟ ଭାବରେ ବାରି ହେଉଛି ଏହା ରାଜ୍ୟ ସରକାରଙ୍କ ଆନ୍ତରିକତା । କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗରେ ଥିବା ଉଚ୍ଚପଦସ୍ଥ ଅଫିସରମାନେ ଓ ଜିଲ୍ଲାପାଳମାନେ ନିଯୁକ୍ତି ଦିଆଯାଇଥିବା ଷ୍ଟାଫମାନଙ୍କୁ ବହିସ୍କାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କର ଏପରି କାର୍ଯ୍ୟକଳାପକୁ ଆଉ ଗ୍ରହଣ କରାଯିବ ନାହିଁ ବୋଲି ସଂଗଠନର ରାଜ୍ୟ ସଭାପତି ପାର୍ଥସାରଥୀ ଜେନା ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଯଦି ଏକ ସପ୍ତାହ ମଧ୍ୟରେ ଏହାର ସ୍ଥାୟୀ ସମାଧାନ କରାନଯାଏ, ତାହେଲେ ଆଗକୁ ସାରା ରାଜ୍ୟରେ ଯେଉଁ ନିଆଁ ଜଳିବ ଓ ରାଜ୍ୟବାସୀ ଯେଉଁ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ହେବେ, ସେଥିପାଇଁ ସମ୍ପୂର୍ଣ୍ଣ ଦାୟୀ ରହିବେ ରାଜ୍ୟ ସରକାର । ରାଜ୍ୟ ସରକାରଙ୍କର ଅବହେଳା ଚରମ ସୀମାରେ ପହଞ୍ôଚଲାଣି । ତେଣୁ ନିଜର ହକ୍ ଓ ରାଜ୍ୟ ସମସ୍ୟାର ସମାଧାନ ପାଇଁ ସମସ୍ତେ ଏକତ୍ର ହୋଇ ରଜ୍ୟା ସରକାରଙ୍କୁ ଉଚିତ୍ ଶିକ୍ଷା ଦେବାକୁ ସେ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଅନୁରୋଧ କରିଛନ୍ତି ।














