ଖଣ୍ଡପଡା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଖଣ୍ଡପଡା ଓ ଫତେଗଡ଼ ଥାନା ଅଞ୍ଚଳରୁ କିଛିଦିନ ହେବ ଲୁଟିଆମାନେ ଲୁଟ କରିଥିବା ୧୫ଟି ବାଇକକୁ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରିଵା ସହ ୫୪ଜଣ ବାଇକ ଚୋରଙ୍କୁ ଗିରଫ କରିଛି ! ଏ ସମ୍ପର୍କରେ ଖଣ୍ଡପଡା ଓ ଫତେଗଡ଼ ପୋଲିସ ବାହିନୀ ଅଧିକ ତଦନ୍ତ ଜାରି ରଖିଥିବା ନେଇ ଶୁକ୍ରବାର ଦିନ ଖଣ୍ଡପଡା ଥାନା କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନୟାଗଡ଼ ଆରକ୍ଷୀ ଅଧିକ୍ଷିକା ଏସ ସୁଶ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ! ଘଟଣାକ୍ରମରେ ଫତେଗଡ଼ ଗ୍ରାମରୁ ଦୀନବନ୍ଧୁ ବେହେରାଙ୍କ ବାଇକ ଚୋରି ହୋଇଥିବା ନେଇ ଫତେଗଡ଼ ଥାନାରେ ଅଭିଯୋଗ ହୋଇଥିଲା !

ଏହି ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଖୋଳତାଡ କରିବା ସହ ମଟରସାଇକେଲ ଚୋରୀ ରାକେଟର ମାଷ୍ଟରମାଇଣ୍ଡ ନେତାଜୀ ସେଠୀକୁ ଫତେଗଡ ଥାନା ଅଧିନ ଗୋଳାପୋଖରୀ ଗ୍ରାମରୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ପରେ ନେତାଜୀର ବୟାନକୁ ଭିତ୍ତି କରି ମଟରସାଇକେଲ ଚୋରୀ ଘଟଣାର ପର୍ଦ୍ଦାଫାସ କରିବାରେ ପୋଲିସ ଟିମ ସଫଳ ହୋଇଥିବା ଜଣାପଡିଛି ।

ଚୋରି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ପୋଲିସ ଭୁବନେଶ୍ଵର ଖଣ୍ଡଗିରି ଥାନା ଅଧିନ ଜାଗମରା ନିକଟସ୍ଥ ବଡବାରି ଗ୍ରାମର ବିକାଶ ରାୟ, ଖଣ୍ଡପଡ଼ା ଥାନା ଅଧିନ ଖଳିସାହି ବଡସାହିର ନିରାକାର ମାଝି ଓରଫ କାଠିଆ ଓ ନିକଟସ୍ଥ ମର୍ଦ୍ଦରାଜପୁର ପଞ୍ଚାୟତ ଅଧିନ ହରିଚନ୍ଦନପୁର ଗ୍ରାମର ପ୍ରତାପ ପ୍ରଧାନଙ୍କୁ ଗିରଫ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା।

ମଟରସାଇକେଲ ଚୋରି ଘଟଣାରେ ଗିରଫ ହୋଇଥିବା ୪ ଜଣଙ୍କ ନାମରେ ଏଥିପୂର୍ବରୁ ଖଣ୍ଡପଡ଼ା,ଫତେଗଡ, ଜଟଣୀ ସମେତ ଭୁବନେଶ୍ଵର ଅଞ୍ଚଳର ବିଭିନ୍ନ ଥାନାରେ କେସ ଥିବା ବେଳେ ଏକାଧିକ ମାମଲାରେ ସେମାନେ ଜଡିତ ଥିବା ନେଇ ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଏ ଅବସରରେ ଉପଯୁକ୍ତ ପ୍ରମାଣପତ୍ର ସହ ୨ ଜଣ ବ୍ୟକ୍ତିଙ୍କୁ ସେମାନଙ୍କର ମଟରସାଇକେଲ ଆରକ୍ଷୀ ଅଧିକ୍ଷିକାଙ୍କ ଉପସ୍ଥିତରେ ଖଣ୍ଡପଡ଼ା ପୋଲିସ ଫେରସ୍ତ କରିଥିଲା।ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ଯରେ ଏସଡିପିଓ ମଦନମୋହନ ପ୍ରଧାନ,ଥାନାଧିକାରୀ ନିହାର ରଞ୍ଜନ ମହାନ୍ତି, ଏସଆଇ ଗୋପବନ୍ଧୁ ମଲ୍ଲିକ,ମନସ୍ମିତା ସାହୁଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।














