No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଦେଶ ଓ ରାଜ୍ୟର ନେତୃତ୍ୱ ନେଉଥିବା ବ୍ୟକ୍ତି ବିଶେଷ, ସଂସ୍ଥା କିମ୍ବା ଦଳ ମାନସିକ ଦାରିଦ୍ର୍ୟରୁ ମୁକ୍ତ ନହେଲେ ନେତୃତ୍ୱ ସମାଜକୁ ସଠିକ୍୍ ଦିଗଦର୍ଶନ ଦେଇପାରିବ ନାହିଁ । ବର୍ତମାନ ସମୟ ମାନସିକ ଦାରିଦ୍ର୍ୟରୁ ମୁକ୍ତ ହେବାର ପ୍ରକୃଷ୍ଟ ସମୟ ବୋଲି ଡକ୍ଟର ଅରୁଣ କୁମାର ସାହୁ କହିଛନ୍ତି । ସ୍ଥାନୀୟ ବୁଦ୍ଧ ମନ୍ଦିରରେ ସାମାଜିକ ନ୍ୟାୟ ସାମ୍ମୁଖ୍ୟ ଅନୁକୂଲ୍ୟରେ ଅନୁଷ୍ଠିତ ଆମେ କେଉଁଠି-ଅତୀତ, ବର୍ତମାନ ଓ ଭବିଷ୍ୟତ” ଶୀସକ ଆଲୋଚନାରେ ବକ୍ତବ୍ୟ ରଖି ଶ୍ରୀ ସାହୁ ଏହା କହିଥିଲେ । ନିଜ ବକ୍ତବ୍ୟରେ ଶ୍ରୀ ସାହୁ ସାମ୍ପ୍ରତିକ ସ୍ଥିତିର ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ବିଷୟରେ ଏକାଧିକ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ । ଡକ୍ଟର ଅରୁଣ ସାହୁ କହିଥିଲେ ଯେ, ରାଜନୀତି ଏକ ଉଚ୍ଚ ହୃଦୟବତ୍ତିି । ରାଜନୀତି ସବୁ ନିୟନ୍ତ୍ରଣ କରେ ।
କେତେକ ଭାବନ୍ତି, ରାଜନୀତିରୁ ସେମାନେ ଦୂରରେ । ହେଲେ ରାଜନୀତି ପରୋକ୍ଷ ଓ ପ୍ରତ୍ୟକ୍ଷରେ ସମାଜର ସବୁ ଜିନିଷ ନିୟନ୍ତ୍ରଣ କରିଥାଏ । ତେଣୁ ଜନଗଣ ଅଜ୍ଞାନତା ହିଁ ଭ୍ରଷ୍ଟ ରାଜନେତାଙ୍କ ଶକ୍ତି ହୋଇଛି । ବ୍ୟବସ୍ଥା ଏପରି ହୋଇଗଲାଣି ଭଲ ଲୋକ ଆଉ ନିର୍ବାଚିତ ହୋଇ ପାରୁନାହାନ୍ତି । ସରକାରୀ ଅଫିସର ଚରିତ୍ର ବଦଳି ଗଲାଣି । ଯିଏ ଭୋଟ ଦିଏ ସିଏ ଜାଣିନି, ତା’ ଭୋଟର ମୂଲ୍ୟ କେତେ? ଅନୁରୂପ ଭାବେ ଯିଏ ଭୋଟ ପାଉଛି – ସେ ଜାଣୁନାହିଁ ଭୋଟର ମୂଲ୍ୟ କ’ଣ ? ରାଜନୈତିକ ନେତୃତ୍ୱ ଆଜି ଆତ୍ମ କୈନ୍ଦ୍ରିକ ହୋଇଯାଇଛି ବୋଲି ଶ୍ରୀ ସାହୁ କହିଥିଲେ ।
ବର୍ତମାନର ନିର୍ବାଚନ ପ୍ରକ୍ରିୟା ଉପରେ ସେ ପ୍ରଶ୍ନ ଉଠାଇଥିଲେ । ଅର୍ଥନୈତିକ ଦିଗ ଉପରେ ଆଲୋଚନା କରି ଡକ୍ଟର ଅରୁଣ ସାହୁ କହିଛନ୍ତ ଯେ, ଆମେ ଓଡିଶା ବାସୀ ଆଗେଇଛେ । କିନ୍ତୁ ସେତେ ମାତ୍ରାରେ ନୁହେଁ । ଆମ ସମ୍ପଦର ସୁବିନିଯୋଗ କରିପାରି ନାହେଁ । ସେଥିପାଇଁ ଆମ ରାଜନୈତିକ ନେତୃ୍ତ୍ୱଙ୍କ ଦୂରଦୃଷ୍ଟି ହିଁ ଦାୟୀ । ପ୍ରାକ୍୍ ସ୍ୱାଧିନତା ସମୟରେ ଜାପାନ, ଜର୍ମାନ , ଚୀନ, ଆବୁଧାବି କେଉଁ ଅବସ୍ଥାରେ ଥିଲା । ଆମଠୁ କମ୍ ସମ୍ପଦ ଥାଇ ସେମାନେ କାହିଁକି ଆଗେଇ ଗଲେ । ଓଡିଶା ପରିପ୍ରେକ୍ଷୀରେ ଅର୍ଥନୈତିକ ସ୍ୱାଧିନତା କାହିଁକି ଦରକାର ।
ସେ ସମୟରେ ବିଜୁ ପଟ୍ଟନାୟକଙ୍କ ଆର୍ଥିକ ସ୍ୱାଧିନତା ଦାବି ଆଜି ଅଧିକ ପ୍ରାସଙ୍ଗିକ ବୋଲି ଅରୁଣ କହିଥିଲେ । କମ୍ ସମୟରେ ଅଧିକ ରୋଜଗାର, ପ୍ରସିଦ୍ଧି ପାଇବାର ଇଚ୍ଛା ଆମକୁ ମାରି ଦେଉଛି । ଉଚିତ୍୍ ପରିଶ୍ରମ-ଉଚିତ ପ୍ରଚେଷ୍ଟା ହିଁ ଦୀର୍ଘମିଆଦୀ ସଫଳତା ଆଣିଦେବା । ଓଡିଶାର ସ୍ଥିତିକୁ ନେଇ ଅରୁଣ ଆହୁରି କହିଥିଲେ ଯେ, ଯୁବ ସମାଜ ନିଶାଗ୍ରସ୍ତ, ଜୁଆ ଖେଳୁଛନ୍ତି ଯୋଗ୍ୟତାଭିତିକ ନିଯୁକ୍ତି ନାହିଁ । ଶିକ୍ଷା ଓ ସ୍ୱାସ୍ଥ୍ୟର ଘରୋଇକରଣ ହୋଇ ଚାଲିଛି । ବିଶ୍ୱ ଶିକ୍ଷା ମାନଚିତ୍ରରେ ଆମ ଶିକ୍ଷାନୁଷ୍ଠାନର ସ୍ଥାନ ନଗଣ୍ୟ । ସମାଜରେ ଆଜି ବି ଜାତି ଓ ଧର୍ମ ଭିତିକ ବିଭାଜନ ରାଜନୀତି ଚାଲୁଛି ।
କିଛି ଅଯୋଗ୍ୟ ଲୋକ ନିଜ ଭାବମୂର୍ତୀ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସ୍ୱାଧିନତା ନାଁରେ ଆଜି ନିଆରା ଢଙ୍ଗରେ ସମସ୍ତେ ପରାଧିନ । ତୁଳନା ଶ୍ରେଷ୍ଠ ସହ ହେବା ଆବଶ୍ୟକ ବୋଲି ଶ୍ରୀ ସାହୁ କହିଥିଲେ । ଓଡିଶାର ମୁଷ୍ଠିମେୟ ରାଜନୈତିକ ନେତୃତ୍ୱ ସାମୂହିକ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ବ୍ୟକ୍ତିଗତ ସ୍ୱାର୍ଥରେ ମାତିଛନ୍ତି । କିଛି ଲୋକ ଏକାଠି ବସିଲେ ପର ଚର୍ଚ୍ଚା କରୁଛନ୍ତି । ସେମାନେ ଏଥିରୁ କ୍ଷାନ୍ତ ହେବା ଦରକାର ବୋଲି ଡକ୍ଟର ସାହୁ କହିଥିଲେ ।
କାର୍ଯ୍ୟକ୍ରମକୁ ସାମ୍ମୁଖ୍ୟର ଆବାହକ ଚିଦାନନ୍ଦ ଜେନା ପରିଚାଳନା କରିଥିଲେ । ଆମ୍ବେଦକରଙ୍କ ଜୀବନୀ ଉପରେ ଛାତ୍ରନେତ୍ରୀ ସଂଘମିତ୍ରା ଜେନା ବକ୍ତବ୍ୟ ରଖିଥିଲେ । ଯୁବ ସଂଗଠକ ବଦ୍ରି ନାରାୟଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନେ ମଧ୍ୟରେ କାର୍ଯ୍ୟକ୍ରମରେ ଅମିତ ଅଭିଜିତ ସାମଲ, ବେଣୁଧର ବିଶ୍ୱାଳ, ସାହିଲ ସାହାଣୀ, ରଫିକ୍୍ , ଆଇନଜୀବୀ ସୁରେଶ ବାରିକ , ଚିନ୍ମୟ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

No Result
View All Result