ଓଡ଼ିଶା ତାଜା ନ୍ୟୁଜ (୧୮ ସେପ୍ଟେମ୍ବର ଶୁକ୍ରବାର) ଭୁବନେଶ୍ୱର :- ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ରହିଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କର ନିଦର୍ଶନ ସ୍ୱରୂପ ଭେନେରାବଲ୍ ଆବଟ, ସୁବୁଲ ସୁନିମଙ୍କ ନେତୃତ୍ୱାଧୀନ ଦକ୍ଷିଣ କୋରିଆର ସୋସିଆଲ ୱେଲଫେୟାର କପୋରେସନ ଅଙ୍ଗୁକ୍ ଜେନ୍ ସେଂଟର୍ ପକ୍ଷରୁ କୋଭିଡ୍-୧୯ ବିରୋଧରେ ଭାରତର ଲଢ଼େଇକୁ ସହାୟତା ପ୍ରଦାନ କରିବା ସ୍ୱରୂପ ବିନା ମୂଲ୍ୟରେ ବଂଟନ ପାଇଁ ଟିଭିଏସ୍ ମୋଟର କଂପାନିକୁ ଏକ ଲକ୍ଷ ମାସ୍କ ପ୍ରଦାନ କରାଯାଇଛି । ଏହି ସହାୟତାରେ ସମନ୍ୱୟ ରକ୍ଷା କରିଥିଲେ ଦକ୍ଷିଣ କୋରିଆର କେ-ଆର୍ଟ ଇଟଂରନ୍ୟାସନାଲ୍ ଏକ୍ସଚେଂଜ୍ ଆସୋସିଏସନ୍ ଓ ଭାରତର ଇନ୍କୋ ସେଂଟର୍ । ଟିଭିଏସ୍ ମୋଟର କଂପାନିର ସାମାଜିକ ଦାୟିତ୍ୱ ନିର୍ବାହ କରୁଥିବା ସଂସ୍ଥା ଶ୍ରୀନିବାସନ ସର୍ଭିସେସ୍ ଟ୍ରଷ୍ଟ୍ ଜରିଆରେ ବିନା ମୂଲ୍ୟରେ ବଂଟନ ପାଇଁ ପ୍ରାୟ ୧୫୦ ନିୟୁତ କୋରିଆନ୍ ୱନ୍ ମୂଲ୍ୟର ମାସ୍କକୁ ଟିଭିଏସ୍ ମୋଟର କଂପାନିର ଅଧ୍ୟକ୍ଷ, ଶ୍ରୀନିବାସନ ସର୍ଭିସେସ୍ ଟ୍ରଷ୍ଟ୍ର ମ୍ୟାନେଜିଂ ଟ୍ରଷ୍ଟି, ଇନ୍କୋ ସେଂଟର୍ର ଅଧ୍ୟକ୍ଷ ଓ କଲଚରାଲ୍ ଆଣ୍ଡ୍ ଡିପ୍ଲୋମାସି ଅଫ୍ ଦି ରିପବ୍ଲିକ୍ ଅଫ୍ କୋରିଆର ଗୁଡ୍ୱିଲ୍ ଏନ୍ଭୟ ଶ୍ରୀଯୁକ୍ତ ବେଣୁ ଶ୍ରୀନିବାସନଙ୍କୁ ହସ୍ତାନ୍ତର କରାଯାଇଛି ।
ଏହି ଅବସରରେ ଶ୍ରୀଯୁକ୍ତ ବେଣୁ ଶ୍ରୀନୀବାସନ, ଅଧ୍ୟକ୍ଷ, ଟିଭିଏସ୍ ମୋଟର କଂପାନି ଓ ମ୍ୟାନେଜିଂ ଟ୍ରଷ୍ଟି, ଶ୍ରୀନିବାସନ ସର୍ଭିସେସ୍ ଟ୍ରଷ୍ଟ କହିଛନ୍ତି ଯେ, “ଇନ୍କୋ ସେଂଟର୍କୁ ଏକ ଲକ୍ଷ ମାସ୍କ ଦାନ କରିଥିବାରୁ ମୁଁ ମୋର ଶିକ୍ଷକ ଭେନେରେବଲ୍ ଆବଟ୍ ଓ ସୁବୁଲ ସୁନିମଙ୍କୁ ଗଭୀର କୃତଜ୍ଞତା ଜଣାଉଛି । ମାସ୍କ ପରିଧାନ କରିବା, ସ୍ୱଚ୍ଛତା ଓ ପରିମଳର ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଏବଂ ସାମାଜିକ ଦୂରତ୍ୱ ବଜାୟ ରଖିବା ନୂତନ ସ୍ୱାଭାବିକରେ ପରିଣତ ହୋଇଥିବା ବେଳେ ଏହି ଆହ୍ୱାନପୂର୍ଣ୍ଣ ସମୟରେ ଏହି ସମୟୋପଯୋଗୀ ଓ ମୂଲ୍ୟବାନ ଦାନ ନିଶ୍ଚିତ ରୂପେ ସ୍ୱାଗତଯୋଗ୍ୟ । ଟିଭିଏସ୍ ମୋଟର କଂପାନିର ସାମାଜିକ ଦାୟିତ୍ୱ ନିର୍ବାହ କରୁଥିବା ସଂସ୍ଥା ଶ୍ରୀନିବାସନ ସର୍ଭିସେସ୍ ଟ୍ରଷ୍ଟ୍ ଜରିଆରେ ଏହାକୁ ସାରା ଦେଶର ସ୍ଥାନୀୟ ସମାଜରେ ବ୍ୟାପକ ଭାବେ ମାସ୍କଗୁଡ଼ିକୁ ବଂଟନ କରିବାକୁ ଆମେ ନିଶ୍ଚିତ କରିବୁ । ବୁସାନରୁ ଚେନ୍ନାଇ ପର୍ଯ୍ୟନ୍ତର ଏହି ସ୍ୱତନ୍ତ୍ର ନାଗରିକ ସହାୟତା ଉଭୟ ଦେଶ ମଧ୍ୟରେ ରହିଥିବା ଗଭୀର ସମ୍ପର୍କକୁ ଦର୍ଶାଉଛି ।’’
ଶ୍ରୀଯୁକ୍ତ ୟଙ୍ଗ-ସେଉପ୍ କ୍ୱନ, କନ୍ସୁଲ୍ ଜେନେରାଲ୍ ଅଫ୍ ରିପବ୍ଲି୍କ୍ ଅଫ୍ କୋରିଆ, ଚେନ୍ନାଇ କହିଛନ୍ତି ଯେ, “ଏହି ବିଶ୍ୱ ମହାମାରୀ ହେଉଛି ମାନବ ସମାଜ ଆଦି ପର୍ଯ୍ୟନ୍ତ ସାମ୍ନା କରିଥିବା ସବୁଠୁ ଗମ୍ଭୀର ଆହ୍ୱାନ । ଦୃଢ଼ ରହି ଏବଂ ଏକତ୍ରୀତ ଭାବେ କାର୍ଯ୍ୟ କରି ଆମେ ଏହି ଆହ୍ୱାନରୁ ଆଗକୁ ବଢ଼ିପାରିବା । ନାଗରିକ ସମାଜ ସ୍ତରରେ ଏହି ସହଯୋଗିତା ସାଧାରଣ କୋରିଆ ଓ ଭାରତୀୟ ନାଗରିକମାନେ କିଭଳି ପରସ୍ପର ପ୍ରତି ଯତ୍ନବାନ ତାହା ପ୍ରଦର୍ଶିତ କରୁଛି ଏବ ଆମେ ଏକତ୍ରୀତ ହୋଇ ଏହି ଆହ୍ୱାନକୁ ଦୂର କରିପାରିବା ।’’ ବ୍ଲୁଇଣ୍ଡସ୍ କଂପାନି ଲିମିଟେଡ୍ ଦ୍ୱାରା ଉତ୍ପାଦିତ ଏହି ଉଚ୍ଚ ଗୁଣାତ୍ମକ ମାନର ମାସ୍କକୁ କଂପାନିର ସିଇଓ ଜେଓଙ୍ଗ ଚେଅନ୍-ସିକ୍ ଭାରତରେ ବଂଟନ ପାଇଁ ପ୍ରଦାନ କରିଛନ୍ତି । କୋରିଆର ଏୟୁନସାନ୍ ସିପିଙ୍ଗ୍ ଏୟାରର ସିଇଓ ୟାଙ୍ଗ ଜାଏ-ସାଏଙ୍ଗ୍ଙ୍କ ଦ୍ୱାରା ତାହାକୁ ଭାରତ ପଠାଯାଇଛି ।