ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ରାଜକିଶୋର ସେନାପତି – ସତ୍ୟବାଦୀ ବ୍ଲକ ର ପ୍ରମୁଖ କ୍ରୀଡା ଅନୁଷ୍ଠାନ ପଞ୍ଚସଖା ମେମୋରିଆଲ କ୍ଲବରେ ୨୦୨୫-୨୬ କ୍ରିକେଟ ଋତୁ ପାଇଁ ଆନୁଷ୍ଠାନିକ ଭାବରେ ଆଜିଠାରୁ କ୍ରିକେଟ ଖେଳ ପ୍ରଶିକ୍ଷଣ ଆରମ୍ଭ ହୋଇଅଛି। ୧୯୮୨ ମସିହାରେ ସ୍ଥାପିତ ହୋଇଥିବା ଏହି ଅନୁଷ୍ଠାନ ଅନେକ ଘାତ ପ୍ରତିଘାତ ଭିତରେ ସତ୍ୟବାଦୀ ଅଞ୍ଚଳରେ କ୍ରିକେଟ ଖେଳକୁ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ଅନେକ ଉଚ୍ଚସ୍ତରୀୟ ଖେଳାଳୀ ସୃଷ୍ଟି କରିବାରେ ସମର୍ଥ ହୋଇ ପାରିଛି ।















