No Result
View All Result
କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା କଟ୍ରିଙ୍ଗିଆ ପଞ୍ଚାୟତର ପାଙ୍ଗାପାଜୁ ଗ୍ରାମରେ ଏକ ଦେଶୀ ବନ୍ଧୁକ କାରଖାନା ଠାବ କରିଛି ପୁଲିସ । ଘଟଣା ସ୍ଥଳରୁ ୩ଟି ଦେଶୀ ବନ୍ଧୁକ ଏବଂ ଗୋଟିଏ ପିସ୍ତଲ ସହିତ ନିର୍ମାଣ ପାଇଁ ବ୍ୟବହୃତ ସରଞ୍ଜାମ ମଧ୍ୟ ଜବତ କରାଯାଇଛି । ଏହି ମାମଲାରେ କଟ୍ରିଙ୍ଗିଆ ପଞ୍ଚାୟତ ପାଙ୍ଗାପାଜୁ ଗ୍ରାମର ବାଞ୍ଛାନିଧି ବିନ୍ଧାଣୀଙ୍କୁ ପୁଲିସ ଗିରଫ କରିଛି । ସୂଚନା ଅନୁଯାୟୀ, ବୁଧବାର ସକାଳେ ପୁଲିସ ପାଟ୍ରୋଲିଂ ଚାଲିଥିବା ବେଳେ ଏହି ଅଞ୍ଚଳରେ ଏକ ଦେଶୀ ବନ୍ଧୁକ ତିଆରି କାରଖାନା ଥିବା ନେଇ ପୁଲିସକୁ ବିଶ୍ଵସ୍ତ ସୂତ୍ରରୁ ଖବର ମିଳିଥିଲା ।
ସୂଚନା ଆଧାରରେ ଏସ ଆଇ ଅନନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ବାଞ୍ଛାନିଧିଙ୍କ ଘରେ ଚଢାଉ କରାଯାଇଥିଲା । ଘର ଭିତରେ ଦେଶୀ ବନ୍ଧୁକ ତିଆରି ଚାଲିଥିବା ପୁଲିସ ଦେଖିବାକୁ ପାଇଥିଲା । ଘଟଣା ସ୍ଥଳରୁ ବନ୍ଧୁକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯିବା ସହ ବାଞ୍ଛାନିଧିଙ୍କୁ ଗିରଫ କରିଛି । ସେ ଅନେକ ଦିନ ଧରି ଏଭଳି ବନ୍ଧୁକ ତିଆରି କରି ନିକଟସ୍ଥ ଅଞ୍ଚଳରେ ବିକ୍ରି କରୁଥିବା ପୁଲିସ ଜାଣିବାକୁ ପାଇଛି ।
ଏହି ବନ୍ଧୁକ ସାଧାରଣତଃ ଶିକାର ପାଇଁ ବ୍ୟବହାର କରାଯାଉଥିବା କହିଛି ପୁଲିସ । ଅପରପକ୍ଷେ, ବାଞ୍ଛାନିଧିଙ୍କ ନାମରେ ପୂର୍ବରୁ ମଧ୍ୟ ଗୋଚ୍ଛାପଡା ଥାନାରେ ଏଭଳି ଏକ ମାମଲା ରହିଥିବା ବିଷୟ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି କନ୍ଧମାଳ ଏସପି ହରିଶ ବିସି । ଏ ନେଇ ଏକ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ସଦର ଏସଡିପିଓ ଶୁଭ୍ରଜିତ ବିଶ୍ବାଳ ସୂଚନା ଦେଇଛନ୍ତି ।

No Result
View All Result