ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ସାଇନ୍ ପଡା ବ୍ରାଞ୍ଚ ପୋଷ୍ଟ ମାଷ୍ଟର ରମେଶ ଚନ୍ଦ୍ର ସାହୁ ଜନସାଧାରଣଙ୍କ ଲକ୍ଷ ଲକ୍ଷ ଟଙ୍କା ଠକି ବୁଧବାର ପୋଲିସ ହାବୁଡ଼ରେ ପଡ଼ି କୋର୍ଟ ଚାଲାଣ ହୋଇଛି l ପୋଲିସ ସୂଚନା ଅନୁସାରେ ଉକ୍ତ ପୋଷ୍ଟ ଅଫିସରେ ୨୦୨୧ ମସିହା ଠାରୁ ଅଭିଯୁକ୍ତ ରମେଶ ବିପିଏମ ଭାବେ କାର୍ଯ୍ୟରତ ଥିଲେ । ହେଲେ ସେ ବାଲିଗୁଡ଼ା ଭଗାମୁଣ୍ଡା ଠାରେ ରହି ସାଇନ୍ ପଡା କାର୍ଯ୍ୟ ସୁଳକୁ ଯିବା ଆସିବା କରୁଥିଲେ ।

ଅଭିଯୋଗ ପ୍ରକାରେ ଗ୍ରାମାଞ୍ଚଳର ଲୋକଙ୍କ ବିଶ୍ବାସ ଭାଜନ ହେବା ପରେ ସୁକନ୍ୟା ଯୋଜନା, ଆରଡ଼ି ସହ ବିଭିନ୍ନ ଯୋଜନାରେ ପୋଷ୍ଟ ଅଫିସରେ ବାନ୍ଧିବା ପାଇଁ ଟଙ୍କା ଆଦାୟ କରି ଆତ୍ମସାତ କରି ଥିବା ଜଣା ପଡିଛି । ଚୋର ଘର ସବୁବେଳେ ଅନ୍ଧାର ନଥାଏ ଭଳି ଲୋକେ ଠକେଇର ଶିକାର ହୋଇ ଥିବା ପ୍ରଘଟ ପରେ ଅଭିଯୁକ୍ତ ପୋଷ୍ଟ ମାଷ୍ଟର ଛୁଟି ନେଇ ଫେରାର ହୋଇଯାଇଥିଲେ ।
ଏନେଇ ଗତ ସେପ୍ଟେମ୍ବର ୩୦ ତାରିଖରେ ସାଇନ୍ ପଡାର କଳ୍ପନା ମଲ୍ଲିକ, ରୁକ୍ମିଣୀ ବେହେରା, ପ୍ରାଣକୃଷ୍ଣ ମହାପାତ୍ର କ.ନୂଆଗାଁ ଥାନାର ଦ୍ବାରସ୍ଥ ହୋଇଥିଲେ।ଏହା ପରେ ଥାନା ଅଧିକାରୀ ତଦନ୍ତ ଜାରି ରଖି ମଙ୍ଗଳ ବାର ଦିନ ବ୍ରହ୍ମପୁରର ପାର୍କ ସାହିରୁ ଅଭିଯୁକ୍ତ ରମେଶ ସାହୁ (୩୨) କୁ ଗିରଫ କରି ଥାନା















