କୋରାଇ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) କୋରାଇ :- ଆସନ୍ତା ଜାନୁଆରୀ ୧୦ତାରିଖ ଦିନ ବ୍ୟାସନଗର ପ୍ରେସ ଫୋରମର ପ୍ରତିଷ୍ଠା ଦିବସ ଅବସରରେ ନୂଆ ରୂପରେ ଆୟୋଜନ କରାଯିବ ବାର୍ଷିକ ଉତ୍ସବ। ସେଥିପାଇଁ ଆଜି ପ୍ରେସ ଫୋରମର ସଭାପତି ଡଃ ଅଭୟ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ପ୍ରସ୍ତୁତି ବୈଠକ । ବୈଠକରେ ବ୍ୟାସ ମିଡ଼ିଆ କପ ଟୁର୍ଣ୍ଣlମେଣ୍ଟର ସମୀକ୍ଷା କରାଯିବ ସଙ୍ଗେସଙ୍ଗେ ଆୟବ୍ୟୟର ହିସାବ ଗୃହିତ ହୋଇଥିଲା । ପରେ ବାର୍ଷିକ ଉତ୍ସବର ରୂପରେଖ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ଫୋରମର ମୁଖ୍ୟ ପରାମର୍ଶଦାତା ଉଦୟ ନାଥ ଖଣ୍ଡାଇ ଭିର୍ଣ୍ଣ ଏକ ସ୍ୱାଦର ବାର୍ଷିକ ଉତ୍ସବ ଆୟୋଜନ ନିମନ୍ତେ ପ୍ରସ୍ତାବ ଦେଇଥିଲେ। ନୂତନ ପ୍ରସ୍ତାବ ଉପରେ ବୈଠକରେ ମୋହର ଲାଗିଥିଲା। ଆସନ୍ତା ୧୭ତାରିଖ ଦିନ ଆଉ ଏକ ବୈଠକରେ ଉତ୍ସବର ସମ୍ପୂର୍ଣ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା।

ଫୋରମର ସଂପାଦକ ମଳୟ କୁମାର ମଲ୍ଲିକ ମିଡ଼ିଆ କପର ସଫଳତା ପାଇଁ ସମସ୍ତଙ୍କ ସହଯୋଗକୁ ସାଧୁବାଦ ଜଣାଇଥିଲେ। ବାର୍ଷିକ ଉତ୍ସବ ପାଇଁ ଆବଶ୍ୟକୀୟ ପଦକ୍ଷେପକୁ ସଭାପତି ଡଃ ପତି ଆଲୋଚନା କରିଥିଲେ । ଏହି ଅବସରରେ ପ୍ରମେୟର ଜିଲା ପ୍ରତିନିଧିରୁ ଯାଜପୁର ବ୍ୟୁରେ ଚିଫ ଭାବେ ପଦୋର୍ନତି ପାଇଥିବା ଫୋରମର ମୁଖ୍ୟ ପରାମର୍ଶଦାତା ଶ୍ରୀ ଖଣ୍ଡାଇଙ୍କୁ ଫୋରମ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଆଜିର ବୈଠକରେ ଉପସଭାପତି ଜ୍ଞାନରଞ୍ଜନ ଓଝା, ସହସମ୍ପାଦକ ଆଶୁତୋଷ ମହାନ୍ତି, ପ୍ରମୋଦ କୁମାର ପାତ୍ର, କାର୍ଯ୍ୟାଳୟ ସଂପାଦକ ବାଇଧର ମାଝୀ, କୋଷାଧ୍ୟକ୍ଷ ଅଜୟ କୁମାର ସାହୁ, ବରିଷ୍ଠ ସଭ୍ୟ ଆଶୁତୋଷ ମିଶ୍ର, ଚିତରଞ୍ଜନ ବୋଇତେଇ, ଦୀପକ ଦାସ, ମାନସ ଆଇଚ, କୁଞ୍ଜବିହାରୀ ମହାନ୍ତି,

ସୁଶାନ୍ତ ଭୂୟାଁ, ପ୍ରହଲ୍ଲାଦ ଦେଓ, ସଞ୍ଜୟ ସରକାର, ଆଶିଷ ରାଉତ, ପ୍ରକାଶ କୁମାର ସାହୁ, ଅଶିତାନନ୍ଦ ବିଶ୍ବାଳ, ପ୍ରଶାନ୍ତ କୁମାର ଗେଡି, ସୌରଭ ଖୁଣ୍ଟିଆ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ଫୋରମର ଉପସଭାପତି ଶ୍ରୀ ଓଝା ଧନ୍ୟବାଦ ଦେଇଥଲେ ।













