No Result
View All Result
କୋରାଇ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) କୋରାଇ :- ବ୍ୟାସନଗର ସ୍ଥିତ ଇନ୍ଦିରା ଗାନ୍ଧି ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ସମ୍ମାନ ବିଭାଗରେ ମା’ ରମା ଦେବୀଙ୍କର ୧୨୬ ତମ ଜନ୍ମ ଜୟନ୍ତୀ ବୁଧବାର ପାଳିତ ହୋଇଯାଇଛି । ବିଭାଗୀୟ ଅଧ୍ୟାପକ ମଳୟ କୁମାର ମଲ୍ଲିକ ପ୍ରଥମେ ମା’ ରାମା ଦେବୀଙ୍କ ତୈଳଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ସେ ଥିଲେ ମାତୃତ୍ଵ, ତ୍ୟାଗ, ସେବା ଓ ମୂର୍ତିମନ୍ତର ପ୍ରତୀକ ଏବଂ ’ମହିୟସୀ’ ତଥା ସମସ୍ତଙ୍କର ଆଦଣୀୟା ମା’ ରମାଦେବୀ ବୋଲି ବକ୍ତବ୍ୟ ପ୍ରସଙ୍ଗରେ କହିଥିଲେ ।

ଏବଂ ସେହି ମହିୟସୀ ମା’ଙ୍କ ତ୍ୟାଗପୁତ ଜୀବନ ଧାରାରେ ଅନୁପ୍ରାଣିତ ହେବା ପାଇ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଅଧ୍ୟାପିକା ଝୁନୁମଣୀ ଜେନା ଯୋଗଦେଇ ମା’ ରାମା ଦେବୀ ଥିଲେ ସ୍ଵାଧୀନତା ସଂଗ୍ରାମୀ, ନିଷ୍କପଟ ଦେଶ ସେବକ, ଅନନ୍ୟ ପ୍ରତୀକ ତଥା ଓଡ଼ିଶାର ଅସ୍ମିତା, ଗର୍ବ ଓ ଗୌରବ ବୋଲି ମତବ୍ୟକ୍ତ କରିଥିଲେ ।
ଏହି ଅବସରେ ଛାତ୍ରୀ ଏଲିଜା ପ୍ରିୟଦର୍ଶିନୀ ବ୍ରହ୍ମ, କମଳା ସାହୁ, ଶୁଭସ୍ମିତା ସାହୁ, ସାଗରିକା ଜେନା, ବାସନ୍ତୀ ମଣ୍ଡଳ, ମୋନାଲିସା ତରେଇ, ପ୍ରତିରୂପା ସାହୁ, ଶୁଭଶ୍ରୀ ସାହୁ, ମମତା ମଲ୍ଲିକ, ଶଭସ୍ମିତା ନାୟକ ରୂପାଲି କରଣ, ନିବଦୈତା ସ୍କାଇଁ ପ୍ରମୁଖ ମା’ ପୁଷ୍ପାଞ୍ଜଳୀ ସେଠୀ ପ୍ରମୁଖ ଛାତ୍ରୀ ମା’ରମା ଦେବୀଙ୍କ ଉପରେ ବକ୍ତବ୍ୟ ରଖୁଥିଲେ ।
ଅନ୍ୟାମାନଙ୍କ ମଧ୍ୟରେ ପ୍ରତିଛନ୍ଦା ମଲିକ, ସିଲିଆ ପ୍ରିୟଦର୍ଶିନୀ ସ୍ଵାଇଁ, ବର୍ଷାରଣୀ ପଣ୍ଡା,ଜ୍ୟୋତ୍ସ୍ନାରାଣଈ ସ୍କାଇଁ, କବିତା ସେଠୀ, ଲିଜା ବିଶ୍ବାଳ, ଜନନୀ ମାଝୀ, ପ୍ରତି ସାମଲ, ସୁବାସିନୀ ତରେଇ, ସୀତାମଣୀ ସୋରେନ, ରୀନା ଯାମୁଦା, ଲକ୍ଷ୍ମୀପ୍ରିୟା ପୃଷ୍ଟି, ଝୁନୁ ଜେନା ପ୍ରମୁଖ ଛାତ୍ରୀମାନେ ଯୋଗଦେଇଥିଲେ । ଶେଷରେ ଛାତ୍ରୀ ପ୍ରିତିରୂପା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result