ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ମହିଳା ସ୍ନାତକ ମହାବିଦ୍ୟାଳୟ ରେ ଦୁଇଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର ପୁରୋହିତ ଙ୍କ ପୌରାହୀତ୍ବ ରେ ଉଦ୍ଯାପିତ ହୋଇଯାଇଛି Iଏହି ଉଦଯାପିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା କମିଟି ର ପୂର୍ବତନ ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବୃନ୍ଦାବନ ନାଗ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ I ନିଜ ଅଭିଭାଷଣ ରେ ଶ୍ରୀ ନାଗ ଖେଳ ର ଗୁରୁତ୍ୱ କୁ ବୁଝେଇବାକୁ ଯାଇ ସୁସ୍ଥ ଶରୀର ରେ ହିଁ ସୁସ୍ଥ ମନ ବାସ କରିଥାଏ. ମନ ସୁସ୍ଥ ରହିଲେ ଶିକ୍ଷା ଓ ଅଧ୍ୟୟନ ଠିକ ଭାବେ ସମ୍ପାଦନ କରି ହୁଏ ଯାହା ଛାତ୍ର ଜୀବନରେ ବହୁତ ବିଶେଷ ଭୂମିକା ରହିଛି I

ତେଣୁ ନିଜ ଜୀବନରେ ମାନସିକ, ଶାରୀରିକ ସୁସ୍ଥତା ଓ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବାକୁ ହେଲେ ଖେଳ କୁଦ ଓ ବ୍ୟାୟାମ ନିହାତି ଆବଶ୍ୟକ ବୋଲି ଶ୍ରୀ ନାଗ ନିଜ ଅଭିଭାଷଣ ରେ ଉଲ୍ଲେଖ କରିଥିଲେ I ଏହି ସଭାରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର ପୁରୋହିତ ଛାତ୍ର ଜୀବନରେ କ୍ରୀଡା ଏକ ଅଭିନ୍ନ ଅଙ୍ଗ ଅଟେ Iକ୍ରୀଡା, ଖେଳ କୁଦ, ବ୍ୟାୟାମ, ଯୋଗା ଦ୍ୱାରା ନିଜ ଜୀବନରେ ନିରୋଗ ରହିବା ସହିତ ଶୃଙ୍ଖଲିତ ଜୀବନ ବିତେଇ ପାରିବେ I

ମହାବିଦ୍ୟାଳୟ ରେ କ୍ରୀଡା ରେ ଅଂଶଗ୍ରହଣ କରିଥିବା ଛାତ୍ରୀମାନଙ୍କୁ ଉତ୍ସାହିତ କରି ଖେଳ ମନୋବୃତ୍ତି ରଖି ଭାଇଚାରା ସହିତ କ୍ରୀଡ଼ାକୁ ଉପଭୋଗ କରିବା ଉଚିତ ବୋଲି ମତ ପ୍ରକାଶ କରିଥିଲେ I ଉଦଯାପନୀ ସଭାରେ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ନାଗ ଟ୍ରପି ଓ ମାନପତ୍ର ଦେଇ ସମ୍ମାନୀତ କରିଥିଲେ I 2025-26 ର ବାର୍ଷିକ କ୍ରୀଡା ରେ ଦିବ୍ୟାଭାରତୀ ରାଏ ଚମ୍ପିୟାନ ହୋଇଥିଲେ I ଏହି ଛାତ୍ରୀକୁ ଅଧ୍ୟକ୍ଷ ଶ୍ରୀ ପୁରୋହିତ ସମ୍ମାନୀତ କରିଥିଲେ I

କାର୍ଯ୍ୟକ୍ରମ କୁ ରାଜନୀତି ବିଭାଗ ର ଅଧ୍ୟାପକ ଶ୍ରୀ ଜିତେନ୍ଦ୍ର ସୁନା ପରିଚାଳନା କରିଥିବା ବେଳେ କ୍ରୀଡାର ପୁରସ୍କାର ବିତରଣ କାର୍ଯ୍ୟକ୍ରମ କୁ ଇଂଲିଶ ବିଭାଗ ର ମୁଖ୍ୟ ଶ୍ରୀ ସୋମନାଥ ମେହେର ପରିଚାଳନା କରିଥିଲେ I ଏହି ଉଦଯାପନୀ ସଭାରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ I ପରିଶେଷରେ ଖେଳ ଶିକ୍ଷୟିତ୍ରୀ ଶ୍ରୀମତୀ ରଞ୍ଜୁ ବନଛୋର ମହାବିଦ୍ୟାଳୟ ର ଅଧ୍ୟକ୍ଷ, କର୍ମଚାରୀ ଓ ଛାତ୍ରୀମାନଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ I













