No Result
View All Result
“ଜୀବନ ଥାଉଁ ରକ୍ତଦାନ ଜୀବନ ଗଲେ ଚକ୍ଷୁ ଦାନ”
ଆର, ଉଦୟଗିରି ତା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟ, ଗୁମ୍ମା ଠାରେ ରାଜ୍ୟ ତଥା ଜିଲ୍ଲା ଜୁନିଅର ରେଡକ୍ରସ ମିଳିତ ଆନୁକୂଲ୍ୟରେ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ମାୟାଧର ସାହୁ ଓ ଜିଲ୍ଲା ଶାରୀରିକ କ୍ରୀଡା ନିରୀକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ଅନୁମୋଦନ କ୍ରମେ ଏବଂ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ କେ. ଆନନ୍ଦ କୁମାର ନେତୃତ୍ୱରେ ଗୁମ୍ମା ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ପରାମର୍ଶଦାତା ମାନଙ୍କୁ ନେଇ ଆଜି ତାଲିମ ପ୍ରଦାନ କରାଯାଇଥିଲା।ଏହି ତାଲିମ ଶିବିରରେ ସମୁଦାୟ ୧୫ ଜଣ ପରାମର୍ଶଦାତା ଯୋଗଦାନ କରିଥିଲେ ।

ରେଡକ୍ରସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସହ ପ୍ରାଥମିକ ଉପଚାର, ପ୍ରାକୃତିକ ବିପର୍ଯ୍ୟୟ,ରକ୍ତଦାନ, ସଡକ ସୁରକ୍ଷା, ବିଦ୍ୟାଳୟ ସୁରକ୍ଷା,ପରାମର୍ଶଦାତାମାନଙ୍କର ତଥ୍ୟ ସଂଗ୍ରହ, ବିଦ୍ୟାଳୟ ସ୍ତରରେ ବିଭିନ୍ନ କମିଟି ଗଠନ ଓ ୟୁନିଟ ଖୋଲିବା, ରକ୍ତସ୍ରାବ, ଅସ୍ଥିଭଙ୍ଗ,ବଜ୍ରପାତ, ସାପକାମୁଡା, କୁକୁର କାମୁଡା, ସାଇବର ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ସି.ପି. ଆର.ଅଭ୍ୟାସ ଆଦି ବିଷୟରେ ପରାମର୍ଶଦାତା ମାନଙ୍କୁ ବିଶେଷଭାବେ ଶିକ୍ଷାଦାନ ଦିଆଯାଇଥିଲା। ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ଶ୍ରୀ ସଂଜୀବ କୁମାର ଦାସ, ଜିଲ୍ଲା ଜୁନିଅର ରେଡକ୍ରସ ର ସହ ସମ୍ପାଦକ ଶ୍ରୀ ସିଦ୍ଧାର୍ଥ ଶଙ୍କର ପାଠୀ,ଜିଲ୍ଲା ଜୁନିଅର ରେଡକ୍ରସ ସମ୍ବଳସାଧନ କର୍ମୀ ଶ୍ରୀ ବାଳକୃଷ୍ଣ ବାଗସିଂ,ଜୁନିଅର ରେଡକ୍ରସ ସମ୍ବଳ ସାଧନ କର୍ମୀ ମୁକ୍ତିକାନ୍ତ ମଲ୍ଲିକ୍,

ଓ ଗୁମ୍ମା ବ୍ଲକର ସଂଯୋଜକ କେ. ଆନନ୍ଦ କୁମାର ଯୋଗଦାନ କରି ପରାମର୍ଶଦାତା ମାନଙ୍କୁ ବିଭିନ୍ନ ବିଷୟରେ ଶିକ୍ଷା ପ୍ରଦାନ କରିଥିଲେ। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ସମସ୍ତ ପରାମର୍ଶଦାତାମାନେ ଆଗ୍ରହର ସହିତ ପ୍ରଶିକ୍ଷଣକୁ ଗ୍ରହଣ କରିବା ସହ ବିଭିନ୍ନ ବିଷୟରେ ଜାଣିବାକୁ ପାଇଥିଲେ। ପରିଶେଷରେ ପରାମର୍ଶଦାତାମାନେ ଏଭଳି ଏକ ପ୍ରଶିକ୍ଷଣ ପାଇଁ ଖୁସି ହେବା ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କେ. ଆନନ୍ଦ କୁମାର ସହିତ ସମସ୍ତ ସହ କର୍ମୀ ରାଜ୍ୟ ଓ ଜିଲ୍ଲା ଜୁନିଅର ରେଡକ୍ରସକୁ ଧନ୍ୟବାଦ ଅର୍ପଣ କରିଥିଲେ । “ଜୀବନ ଥାଉଁ ରକ୍ତଦାନ ଜୀବନ ଗଲେ ଚକ୍ଷୁ ଦାନ”।

No Result
View All Result