No Result
View All Result
କୋରାଇ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ବ୍ୟାସନଗର ସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ସମ୍ମାନ ବିଭାଗ ପକ୍ଷରୁ ମୁଖ୍ୟ ଅଧ୍ୟାପିକା ସୁମିତ୍ରା ରାଉତଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରତ୍ନାକର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାକୁ ପୁରାତନ ଛାତ୍ରୀ ଅଧ୍ୟାପିକା ସୁଶ୍ରୀ ସଙ୍ଗୀତା ମହାପାତ୍ର ସଂଚାଳନା କରିଥିଲେ ।
ମୁଖ୍ୟ ଅତିଥିଭାବେ ବ୍ୟାସନଗର ସ୍ଵଂୟ ଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶିବଚରଣ ମାଝୀ ଯୋଗଦେଇ ସେବାନିବୃତ ଅଧ୍ୟା ପିକା ଶ୍ରୀମତୀ ରାଉତ ଜଣେ ସୁଲେଖ୍କା ଓ ସରଳ, ନିଷ୍କପଟ, କର୍ତବ୍ୟ ନିଷ୍ଠା, ଶୃଙ୍ଖଳିତ ବ୍ୟକ୍ତତ୍ଵ ଓ ଅମା ପସ୍ନେହିଁ, ଛାତ୍ରୀବତ୍ସଳା ତଥା ସବୁରି ଆଦରଣୀୟା ବୋଲି ମତବ୍ୟକ୍ତ କରିଥିଲେ ।

ସମ୍ମାନିତ ଅତିଥିଭାବେ ଇନ୍ଦିରା ଗାନ୍ଧୀ +୨ ମହାବିଦ୍ୟାଳୟର ଅଧ୍ୟକ୍ଷା ଲଳିତା ସାହୁ, କୋରାଇ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡଃ. ମୋହନ ଚରଣ ଖୁଟିଆ, ଶଙ୍ଖା ଚିଲା ହିଙ୍ଗୁଳା ମହା ବିଦ୍ୟାଳୟର ଅଧ୍ୟକ୍ଷ ପର୍ଶୁରାମ ମଲ୍ଲିକ, ବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ଅଧ୍ୟାପକ ସନାତନ ଦାସ ପ୍ରମୁଖ ଯୋଗଦେଇ ଶ୍ରୀମତୀ ରାଉତଙ୍କ ଅବସର ଜୀବନ ସୁଖମୟ କାମନା କରିଥିଲେ।

ଅନ୍ୟତମ ଅତିଥିଭାବେ ଅଧ୍ୟାପକ ମଳୟ କୁମାର ମଲ୍ଲିକ, ଅରୁଣ କୁମାର ମିଶ୍ର, ଜ୍ୟୋତି ପ୍ରକାଶ ରାଉତ, ସରୋଜ କୁମାର ମଲ୍ଲିକ, ସୁବାସ ଚନ୍ଦ୍ର ସ୍ୱାଇଁ, ହୃଷିକେଶ ତ୍ରିପାଠୀ, ଅଧ୍ୟାପିକା ଝୁନୁମଣି ଜେନା, ଅନିମାପ୍ରଧାନ, ମମତାମୟୀ ଦାଶ, ଆୟେଷ ପରିଡା, ଅରୁଣା ବାହେତୀ, ପ୍ରଦୀପ କୁମାର ପରିଡା,

କବି ବାଇଧର ମାଝୀ, ଆଇନିଜୀବୀ ମନେନ୍ଦ୍ର କୁମାର ଧଳ, ତିତିକ୍ଷା ଧଳ, ହେମନ୍ତ ବେହେରା ପ୍ରମୁଖ ତାଙ୍କ ସ୍ୱାକୀୟ ଅନୁଭୁତି ବଖାଣିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁରାତନ ଛାତ୍ରୀ ପ୍ରତିବାଳା ବାରିକ, ତାପସୀ ରଣା, ପ୍ରିୟଙ୍କା ପ୍ରିୟଦର୍ଶିନୀ ବ୍ରହ୍ମ, ପ୍ରଜ୍ଞା ପ୍ରବର୍ତିକା ପତି, ବର୍ତମାନର ଛାତ୍ରୀ ସ୍ମୃତିସାରିକା ଜେନା,ଲଷ୍ମୀପ୍ରିୟା ପୃଷ୍ଟି,

ତୁଳସୀ ସାମଲ ପ୍ରମୁଖ ବକ୍ତବ୍ୟରେ ଅଧ୍ୟାପିକା ଶ୍ରୀମତୀ ରାଉତ ତାଙ୍କର ଆଦର୍ଶ ଓ ପ୍ରେରଣା ଥିଲେ; ତାଙ୍କ ଶିକ୍ଷା ଓ ସଂସ୍କାର ତାଙ୍କୁ ଆଗକୁ ବଢିବାରେ ସହାୟକ ହୋଇଛି ବୋଲି କହିଥିଲେ । ଏହି ଅବସରରେ ଶ୍ରୀମତୀ ରାଉତଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ଦେଇ ଅତିଥିଙ୍କ ଦ୍ୱାରା ଛାତ୍ରୀ ସମୂହ ସମ୍ବନ୍ଧିତ କରିଥିଲେ ।

ସମ୍ବଦ୍ଧିତ ପ୍ରତିଉତରରେ ଶ୍ରୀମତୀ ରାଉତ ତାଙ୍କ ଲାଗି ଏପରି ଉତ୍ସବର ଅୟୋଜନ କରିଥିବା ଛାତ୍ରୀ ପରିଷଦକୁ ଧନ୍ୟବାଦ ଦେବା ସହ ଏଥିଲାଗି ସେ ବହୁତ ଖୁସିଥିବା କହିଥିଲେ। କାର୍ଯ୍ୟକ୍ରମକୁ ପୁରତନଛାତ୍ରୀ ସାଗରିକା ଜେନା, ସ୍ଥିତିରେଖା ସାହୁ, ଶିବାନୀ ମଲିକ, ସ୍ନେହଲତା ପରିମାଣିକ, ଲିଜାରାଣୀ ରଥ, ଲିସାରଣୀ ସାମଲ, ମଧୁସ୍ମିତା ଜେନା, କମେଶ୍ଵରୀ ପଣ୍ଡା, ମମତାରାଣୀ ଜେନା, ସୁମନପ୍ରଭା ବଳ,

ସୋନାଲି ରଣା, ଝିଲମୟୀ ବିଶ୍ୱାଳ, ସୁବର୍ଣ୍ଣା ସାହୁ, ପ୍ରିୟଙ୍କା ମହାତି, ଏଲିଜା ବ୍ରହ୍ମ, ଶୁଭଶ୍ରୀ ସାହୁ, ଶୁଭସ୍ମିତା ନାୟକ, ସିଲିଆ ପ୍ରିୟଦର୍ଶନୀ ସ୍ୱାଇଁ ପ୍ରମୁଖ ଛାତ୍ରୀ ସମୂହ ନୃତ୍ୟଗୀତ ଆଦି ପରିବେଶଣ କରି ଉତ୍ସବ ମୁଖର କରିଥିଲେ। ଛାତ୍ରୀ ତୁଳସୀ ସାମଲ ଧନ୍ୟବାଦ ଦେଇଥିଲେ ବେଳେ କାର୍ଯ୍ୟକ୍ରମକୁ ପୁରାତନ ଓ ବର୍ତମାର ଛାତ୍ରୀ ସମୂହ ପରିଚାଳନା କରିଥିଲେ।

No Result
View All Result