No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଭାଗବତ ପୂର୍ନରୁଦ୍ଧାର ସମିତି କଟକ ଚାନ୍ଦିନୀ ଚୌକି ପକ୍ଷରୁ ଭାଗବତ ପାଠ ଚକ୍ର ମହାଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଅଛି । ଭାଗବତ ପାଠକ ବୈଦ୍ୟନାଥ ମହାରଣାଙ୍କ ପୋରୋହିତ୍ୟରେ ଆୟୋଜିତ ଉତ୍ସବରେ ଗୀତା ଜୟନ୍ତୀ ,କାଙ୍ଗାଳି ଚରଣ ଘଡେଇଙ୍କ ସ୍ମୃତି ଚାରଣ, ଭାଗବତ ପାଠ ଚକ୍ର, ନାମ ସଂକ୍ରିତନ, ଭଜନ ସମାରୋହ, ଗୀତା ପାଠ, ଆଦି ବିଭିନ୍ନ ଆଧ୍ୟାତ୍ମିକ ,ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା ।
ଏହି ଉତ୍ସଵରେ ଅନୁଷ୍ଠାନର ସଭାପତି ପ୍ରତାପ କିଶୋର ସିଂ, ଉପଦେଷ୍ଠା ନିବାସ ଚନ୍ଦ୍ର ମିଶ୍ର, ସଂପାଦକ ଯତୀନ୍ଦ୍ର କୁମାର ଦାସ, କାର୍ଯ୍ୟକାରୀ ସଭାପତି ଗୋପାଳ ଚନ୍ଦ୍ର ମିଶ୍ର, ଗାୟକ ମଞ୍ଜୁଳ ଜଗନ୍ନାଥ ସିଂହ, କରୁଣାକର ଘଡେ଼ଇ, ଭାରତୀ ଦାସ, ବଟ କୃଷ୍ଣ ଦାସ, ରମେଶ ମହାରଣା, କାଳୀ ଘଡେ଼ଇ, ପ୍ରମୁଖ ଯୋଗ ଦେଇ ଶ୍ରୀମଦ୍ ଭାଗବତ ଓ ଗୀତା ମହାତ୍ମାର କଥାଅମ୍ବୃତ ଶ୍ରବଣ କରିବା ସହ କଳି ଯୁଗରେ ଭାଗବତ ଏବଂ ଗୀତା ହେଉଛି
ମଣିଷକୁ ଉଚିତ ମାର୍ଗରେ ନେବା ପାଇଁ ଏହା ଏକ ମାର୍ଗ ଦର୍ଶିକା ଅଟେ, ସମସ୍ତେ ଘରେ ଘରେ ଭାଗବତ ପୁରାଣ ଓ ଗୀତା ପାଠ ପଢିବା ନିହାତି ଆବଶ୍ୟକ ବୋଲି ମତ ବ୍ୟକ୍ତ କରିଥିଲେ । ଶେଷରେ ସଙ୍ଗଠନର ସଂପାଦକ ସୋମନାଥ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଆଧ୍ୟାତ୍ମିକ ପ୍ରେମୀ ଯୋଗ ଦେଇଥିଲେ ।

No Result
View All Result