ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ରାଜକିଶୋର ସେନାପତି – ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ରେ ବିପୁଳ ପରିମାଣର ମଦ ଜବତ । ଅଭିଯୁକ୍ତ ବ୍ୟବସାୟୀ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି । ସତ୍ୟବାଦୀ ଥାନାରେ ଅବକାରୀ ଆଇନ ଅନୁଯାୟୀ କେଶେ ୪୨୫/୨୫ ଧାରା ୧୧୧(୨)ଖ ଭାରତୀୟ ନ୍ୟାୟ ସଂହିତା(BNS)/୫୨(କ)ଓଡିଶା ଅବକାରୀ ଅଧିନୀୟମ ୨୦୦୮ ଆଧାରରେ ରେ ମାମଲା ରୁଜୁ ହୋଇଅଛି ।ଅପରାଧ ଦମନ ନିମନ୍ତେ ପୁରୀ ଜିଲ୍ଲା ପୋଲିସ ପକ୍ଷରୁ ଚାଲିଥିବା “ଅପରେସନ ଚକ୍ର “ଜାରି ରହିଛି । ଏହି କ୍ରମରେ ଆଜି ଏକ ବିଶେଷ ସୂତ୍ରରୁ ଖବର ପାଇଁ ସତ୍ୟବାଦୀ ପୋଲିସକୁ ଅଳଗୁମ ଗ୍ରାମ ପଂଚାୟତ ର ଐସାନ୍ୟାପଡା ଗ୍ରାମ ରେ ଏକ ଦୋକାନ ଘରେ ନିଶା କାରବାର ନେଇ ଖବର ମିଳିଥିଲା ।















