ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ସମୁଦ୍ରକୁଳ ନିକଟସ୍ଥ ମାତା ମଠ ତଥା ଶ୍ରୀ ଗୌର ବିହାର ଆଶ୍ରମ ଆଧ୍ୟାତ୍ମିକ ଦାତବ୍ୟ ଟ୍ରଷ୍ଟ ତରଫରୁ ଟ୍ରଷ୍ଟ ର ଅଧ୍ୟକ୍ଷ ତଥା ମହା ମଣ୍ଡଳେଶ୍ୱର ମହନ୍ତ ସୁବଳ ଚରଣ ଦାସ ଜୀ ମହାରାଜ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ୮୭୫ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ପ୍ରଭୁ ଶ୍ରୀକୃଷ୍ଣ ଙ୍କୁ ଭୋଗ କରାଯାଇ ବ୍ୟଞ୍ଜନ ଦ୍ୱାଦଶୀ ମହୋତ୍ସବ ପାଳନ କରାଯାଇଥିଲା l

ସୂଚନା ଯୋଗ୍ୟ ପରମ୍ପରା ଅନୁଯାୟୀ ମାର୍ଗଶିର ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିକୁ ବ୍ୟଞ୍ଜନ ଦ୍ୱାଦଶୀ ଭାବେ ପାଳନ କରାଯାଏ ମାତା ଯଶୋଦା ଏହି ତିଥିରେ ପ୍ରଭୁ ଶ୍ରୀକୃଷ୍ଣ ଙ୍କୁ ବିଭିନ୍ନ ବ୍ୟଞ୍ଜନ ଖାଇବାକୁ ଦେଇଥିଲେ l ଆଜିର ଏହି ଭବ୍ୟ କାର୍ଯ୍ୟକ୍ରମ ରେ ପୁରୀର ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡଃ ଶରତ ଚନ୍ଦ୍ର ମହାପାତ୍ର,















