ନୟାଗଡ଼ ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ବିଶ୍ଵ ଏଡ଼ସ ଦିବସ,ସାରା ବିଶ୍ବ ପାଳନ କରୁଛି ।ଏହି ଉପଲକ୍ଷେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚକିତ୍ସାଳୟ ତରଫରୁ ମଧ୍ୟ ବିଶ୍ଵ ଏଡ଼ସ ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଅଛି। ସମ୍ମାନନୀୟ ଜିଲ୍ଲାପାଳ, ନୟାଗଡ଼ ଅକ୍ଷୟ ସୁନିଲ ଅଗ୍ରୱାଲ ଙ୍କ କାର୍ଯ୍ୟସୁଚୀ ଅନୁସାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ତତ୍ତ୍ଵା ବଧାନ ରେ ସକାଳ ୮.୩୦ ମିନଟ ସମୟରେ ରାଜେଶ କେଶରୀ ସ୍ୱାଇଁ, ତହସିଲଦାର, ନୟାଗଡ଼ ପତାକା ଦେଖାଇ ଏକ ପଦଯାତ୍ରା ର ଶୁଭାରମ୍ଭ କରିଥିଲେ ଏହି ପଦଯାତ୍ରା ରେ ଡା. ନୌଷଦ ଆଲି ଖାଁ(ADPHO,DC) ଡ଼ା ଶରତ କୁମାର ଦାସ(ADPHO,TB) ଡ଼ା ପ୍ରସନ୍ନ ପ୍ରସାଦ ସାହୁ (ବରିଷ୍ଟ ଚକ୍ଷୁ ବିଶେଷଜ୍ଞ) ଶ୍ରୀ ଅଶୋକ କୁମାର ସାହୁ (ADPHCO),କଳ୍ପନା ନାୟକ,(counsellor),

ଦେବାଶିଷ ସିଂ (counsellor), ଏବଂ ଜିଲ୍ଲା ଏଡ଼ସ ସେଲ ର ସମସ୍ତ କର୍ମଚାରୀ ମାନଙ୍କ ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନ ରୁ ଆସିଥିବା ଛାତ୍ରୀ ଏବଂ ଛାତ୍ର ମାନେ ଅଂଶ ଗ୍ରହଣ କରିଥିଲେ ଏହି ପଦଯାତ୍ରା ଜିଲ୍ଲା ମୁକ୍ଷାଳୟ ଠାରୁ ବାହାରି ନୟାଗଡ଼ ବଜାର ଦେଇ ଜିଲ୍ଲାପାଳଙ୍କ ଅଫିସ ଦେଇ ଟ୍ରାଫିକ ଛକ ପର୍ଯ୍ୟନ୍ତ ଆସିଥିଲା ଏବଂ ଏଠାରେ ଅଗ୍ରଦୁତ ନର୍ସିଂ ସ୍କୁଲ ର ଛାତ୍ର ଏବଂ ଛାତ୍ରୀ ମାନଙ୍କ ଦ୍ୱାରା ଏକ କ୍ଷୁଦ୍ର ପଥ ପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା, ପରେ ପଦଯାତ୍ରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପ୍ରତ୍ୟାବର୍ତ୍ତନ କରିଥିଲା । ୧୦.୩୦ ମିନିଟ୍ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀମତୀ ପୁଷ୍ପା ନିଳୀମା ଲାକ୍ରା ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଉକ୍ତ ବୈଠକରେ ମୂଖ୍ୟ ଅତିଥି ବିଜୟାନନ୍ଦ ନାୟକ(ADM Rev) ସମ୍ମାନିତ ଅତିଥି ସୁବାସ ଚନ୍ଦ୍ର ପଣ୍ଡା (ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ), ଡ ନୌଷଦ ଅଲ୍ଲୀ ଖାଁ (ADPHO DC), ଡ଼ା ଶରତ କୁମାର ଦାସ (ADPHO TB) ଏବଂ ନିମନ୍ତ୍ରିତ ହୋଇଥିବା ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନଙ୍କ ସହିତ ଜିଲ୍ଲା ମୁଖ୍ୟାଳୟ ର କର୍ମଚାରି ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଛାତ୍ର ଏବଂ ଛାତ୍ରୀ ମାନଙ୍କ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ସଭାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର କର୍ମଚାରୀ ଅଶୋକ କୁମାର ସାହୁ (ADPHO) ପରିଚାଳନା କରିଥିଲେ ଉକ୍ତ ସଭାରେ ଉପସ୍ଥିତ ଥିବା ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା HIV ଏବଂ AIDS ର ଭୟାବହତା ଏବଂ ଆମ ଦେଶରୁ କିପରି HIV ଓ AIDS ଦୂରେଇ ଦେବା ସହିତ ଏକ ସୁସ୍ଥ ସମାଜ ପ୍ରତିଷ୍ଠା ହୋଇପାରିବ ସେ ବିଷୟ ରେ ଆଲୋଚନା କରାଯାଇଥିଲା ବୈଠକ ଶେଷରେ ଅଶୋକ କୁମାର୍ ସାହୁ ଧନ୍ୟବାଦ୍ ଅର୍ପଣ ଦେବା ପରେ ସଭା ସାଙ୍ଗ କରାଯାଇଥିଲା ।














