ରାସ୍ତା କାମ ନିମ୍ନମାନର ଅଭିଯୋଗ : ଏକାଧିକ ସ୍ଥାନରେ ହାତରେ ଛୁଇଁଲେ ପିଚୁ ବାହାରି ଯାଉଛି – ତଦନ୍ତ ଦାବୀ
ଦାରିଙ୍ଗବାଡି (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ ଦୁର୍ଗମ ବୁରାଙ୍ଗିଆ ଗ୍ରାମଠାରୁ ଡାବରବାନ୍ଦା ଗ୍ରାମକୁ ପ୍ରାୟ ୪ କିମି ଖରାପ ରାସ୍ତା୍କୁ ପୁନଃମରାମତି କରାଯାଉଛି । ମେଟେଲ ପକାଯିବା ସହ ଗୋଡି ସହ ପିଚୁ ମଧ୍ୟ ଦିଆଯାଇଛି । କିନ୍ତୁ ଅଞ୍ଚକବାସୀଙ୍କ ଅଭିଯୋଗ ପିଚୁ ପକାଯିବାର ଏକ ସପ୍ତାହ ହୋଇଗଲାଣି କିନ୍ତୁ ଏକାଧିକ ସ୍ଥାନରେ ପିଚୁ ଉଠିଯାଉଛି ।

ଏମିତି କି ହାତରେ ଛୁଇଁଲେ ମଧ୍ୟ ପିଚୁ ଉଠିଯାଉଛି ଟ୍ରାକ୍ଟର, ଅଟୋ ଏମିତି ଚାଲିକି ଯିବା ସମୟରେ ମଧ୍ୟ ମରାମତି ରାସ୍ତାରୁ ପିଚୁ ଉଠିଯାଉଥିବା ଗ୍ରାମର ପୂର୍ବତନ ସରପଞ୍ଚ ବାଳକୃଷ୍ଣ ମଲିକ, ସାଗର ପ୍ରଧାନ, ଅର୍ଜୁନ ପ୍ରଧାନ ପ୍ରମୁଖ କହିଛନ୍ତି । ଏନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଥିବାବେଳେ ଗ୍ରାମବାସୀ, ବିଭାଗ ଏବଂ ଠିକା ସଂସ୍ଥା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ବେହେରା କହିଛନ୍ତି ଯେ, ପିଚୁ ପଡିବାର ୧ ମାସ ପର୍ଯ୍ୟନ୍ତ ଉକ୍ତ ପିଚୁରେ ହାତରେ ଉଠାଇବା ଅନୁଚିତ କିନ୍ତୁ ଉକ୍ତ ଅଞ୍ଚଳରେ ଏହା ନିମ୍ନମାନର କାର୍ଯ୍ୟ କହିକି କିଛି ଲୋକ ପିଚୁ ଉଠାଇ ଦେଖୁଥିବା ସେ କହିଛନ୍ତି ।

ଗୋଟିଏ ମାସ ପରେ ଆଉ ପିଚୁ ଉଠିବନି ସେ ଷ୍ଟ୍ରଙ୍ଗ ହେବାକୁ ସମୟ ଲାଗିବ ବୋଲି କହିଛନ୍ତି । ସେପଟେ ବୁରାଙ୍ଗିଆ,ଡାବରବାନ୍ଦା ଏବଂ ଝାରୁମୁଣ୍ଡା ଗ୍ରାମବାସୀ ଅଭିଯୋଗ କରି କହିଛନ୍ତି ଯେ, ଗତ ୫ ବର୍ଷ ପୂର୍ବରୁ ଉକ୍ତ ରାସ୍ତା ପ୍ରଥମେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ସମ୍ପ୍ରସାରଣ କରାଯାଇଥିଲା l ମାତ୍ର ୬ ମାସ ମଧ୍ୟରେ ରାସ୍ତାରୁ ପିଚୁ ଉଠି ରାସ୍ତା ସମ୍ପୂର୍ଣ୍ଣ ମରଣଯନ୍ତା ପାଲଟିଥିଲା । ପୁଣି ବିଭାଗ ପଦକ୍ଷେପ ନେଇ ଦୀର୍ଘ ୫ ବର୍ଷ ପରେ ପ୍ରାୟ ୪୦ଲକ୍ଷ ଟଙ୍କା ବିନିମୟରେ ମରାମତି କାର୍ଯ୍ୟ ଚାଲିଛି ।
















