No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଡମପଡ଼ା ବ୍ଲକ ଅନ୍ତର୍ଗତ ତାଳବସ୍ତ ଶ୍ରୀ ବିଦ୍ୟାବାଟିକା ବିଦ୍ୟାଳୟରେ ବିଜ୍ଞାନମେଳା ଓ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏହି ବିଜ୍ଞାନମେଳା ଓ ପ୍ରଦର୍ଶନୀକୁ ମୁଖ୍ୟଅତିଥି ଭାବେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଉଦ୍ଘାଟନ କରିବା ସହ ଏହାର ସଫଳତା କାମନା କରିଥିଲେ । କୁନି କୁନି ବୈଜ୍ଞାନିକମାନେ ଦେଶର ଭବିଷ୍ୟତ ଓ ଭବିଷ୍ୟତରେ ସେମାନେ ଜଣେ ଜଣେ ବୈଜ୍ଞାନିକ ହୋଇ ଦେଶମାତୃକାର ସେବାରେ ନିଜକୁ ନିୟୋଜିତ କରିବା ପାଇଁ ପ୍ରାଧ୍ୟାପକ ମହାପାତ୍ର ଆହ୍ୱାନ ଜଣାଇଥିଲେ ।
ବିଦ୍ୟାଳୟର ଅଧ୍ୟକ୍ଷା ଶିବାନୀ ନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ବିଜ୍ଞାନ ମେଳାରେ ୩୦ଜଣ ଛାତ୍ରଛାତ୍ରୀ ସେମାନଙ୍କର ବିଜ୍ଞାନ ଭିତ୍ତିକ ବିଭିନ୍ନ ମଡେଲ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ୍ ରଞ୍ଜନ କୁମାର ରାଉତ ଓ ପରିଚାଳନା କମିଟିର ପରିଚାଳନା ନିର୍ଦ୍ଦେଶକ ରାଜେଶ କୁମାର ରାଉତ ସହାୟତା କରିଥିଲେ । ସମ୍ମାନିତ ଅତିଥି ଭାବେ ତାଳବସ୍ତ କ୍ଲଷ୍ଟରର ସି.ଆର.ସି.ସି ଶୁଭକାନ୍ତ ପ୍ରଧାନ,
କବି ଲଲାଟେନ୍ଦୁ ପଣ୍ଡା, ବିଚାରକ ଭାବେ ଶିକ୍ଷକ ଗଗନ ବେହେରା ଓ ବିଶ୍ୱରଞ୍ଜନ ସ୍ୱାଇଁ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ଉପରେ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଚିନ୍ମୟୀ ବାରିକ, ପୂଜାରାଣୀ ମନ୍ତ୍ରୀ, ସୁପ୍ରିୟା ନାୟକ, ଚନ୍ଦନ ବେହେରା, ଇପ୍ସିତା ପ୍ରିୟଦର୍ଶିନୀ ରାଉତ ପ୍ରମୁଖ ବିଜ୍ଞାନ ମେଳାକୁ ପରିଚାଳନା କରିଥିଲେ । ପରେ ବିଜ୍ଞାନମେଳାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ମୁଖ୍ୟଅତିଥି ପ୍ରଦାନ କରିଥିଲେ । ଶେଷରେ ସାମାଜିକ କର୍ମୀ ବିଶ୍ୱରଞ୍ଜନ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result