ଓଡ଼ିଶା ତାଜା ନ୍ୟୁଜ (୧୮ ସେପ୍ଟେମ୍ବର ଶୁକ୍ରବାର) ମାହାଙ୍ଗା :- କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ବ୍ଲକ କଇଥା ପଂଚାୟତ ଥିବା ତ୍ରିନାଥ ପୁର ମୀରାଦେବୀ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସ୍ଵର୍ଣ୍ଣଲତା ବେହେରା ଓ ପାଖରେ ଥିବା ବିଦ୍ୟାଳୟ ର ଶିକ୍ଷକ ମାନୁଧର ନାୟକ ମନଇଚ୍ଛା ଛାତ୍ର ଛାତ୍ରୀ ମାନଙ୍କ ଠାରୁ ଟଙ୍କା ଆଦାୟ କରନ୍ତି ବୋଲି ଜନସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏ ବିଷୟରେ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନେ ଏବଂ ମହାବିଦ୍ୟାଳୟର ପୂର୍ବତନ ସଭାପତି, ଓ ଛାତ୍ରଛାତ୍ରୀ ମାନେ ଲିଖିତ ବର୍ତ୍ତମାନର ସଭାପତି ସବ୍ କଲେକ୍ଟର , କଟକ ଡ଼ାଇରେକ୍ଟର ଅଫ୍ ହାଇୟର୍ ଏକ୍ସୁକେସନ୍, ଭୁବନେଶ୍ୱର ଉଚ୍ଚ ଶିକ୍ଷା ମନ୍ତ୍ରୀ, ଓ ମନ୍ତ୍ରୀ ପ୍ରତାପ ଜେନା ଙ୍କୁ ଗତ ତା 25/10/2019 ରିଖ ରେ ଜଣାଇ ଥିଲେ ବି ତାର କୌଣସି ପ୍ରକାର ସୁଫଳ ଏଯାବତ ମିଳିନଥିଲା ।
ସେଠାରେ ମନଇଛା ବିଭିନ୍ନ କମ୍ପାନୀ ଏବଂ ସରକାରୀ ଚାକିରି କରିଥିବା ପିଲାମାନଙ୍କ ଠାରୁ 10.000 ରୁ 15.000 ଟଙ୍କା ନେଇ ଅଧକ୍ଷା ସ୍ୱର୍ଣ୍ଣଲତା ବେହେରା ଆଡମିସନ୍ କରୁଥିଲେ ଓ ସେମାନଙ୍କୁ ନକଲି ରସିଦ୍ ଦିଅନ୍ନ୍ତି । ଏହାର ପ୍ରମାଣ ସେଠାରେ ପାଠପଢୁଥିବା ପିଲା ମାନେ ଆମକୁ ଜଣାଇଛନ୍ତି । ଏବଂ ଛାତ୍ର ଛାତ୍ରୀ ମାନେ କହନ୍ତି ସେମାନଙ୍କ ଠାରୁ +2 ପ୍ରଥମ ବର୍ଷ ର ଆଡ଼ମିସନ ପାଈଁ 3100.00, +2 ଦ୍ବିତୀୟ ବର୍ଷ ର ରିଆଡ଼ମିସନ ପାଈଁ 3500.00 ଲେଖାଏଁ ନିଅନ୍ତି ଏବଂ ଫର୍ମ ଫିଲଅପ୍ ପାଇଁ ପିଲା ମାନଙ୍କ ଠାରୁ 4 ରୁ 5 ହଜାର ଟଙ୍କା ନିଅନ୍ତି । ଏହା ବ୍ୟତୀତ ପୂଜା ପାଠ ପାଈଁ 200 ଟଙ୍କା , କ୍ଲାସ୍ ପରୀକ୍ଷା ପାଇ 200 ଟଙ୍କା ଏବଂ ଲାପଟପ ପାଇଥିବା ପିଲାମାନଙ୍କ ଠାରୁ 5000 ହଜାର ଟଙ୍କା ନିଅନ୍ତି । +3 ତିନିବର୍ଷ ର ଆଡ଼ମିସନ ପାଇଁ 10000 ଟଙ୍କା , ଫର୍ମ ଫିଲଅପ୍ ପାଈଁ 6000, ଟଙ୍କା ନେଉଛନ୍ତି । ସେଠାରୁ ପାସ କରିଥିବା ପିଲା ଏବଂ ପାଠ ପଢୁଥିବା ପିଲାମାନଙ୍କୁ ପଚାରିଲେ ଜଣାଯାଏ ଯେ ଏଠାରେ ଅଧ୍ୟକ୍ଷା ଜୋର କରି ଧମକଚମକ ଦେଇ ଟଂକା ନିଅନ୍ତି । ନ ଦେଲେ ପରୀକ୍ଷାରେ ଫେଲ କରାଇବେ ବୋଲି ଧମକ ଦେଇ ଥାନ୍ତି ।
ଏ ବିଷୟରେ ବାରମ୍ବାର ଅଭିଯୋଗ ହୋଇ ଥିଲେ ମଧ୍ଯ ଏ ଯାଏଁ କିଛି ସୁଫଳ ମିଳି ନାହିଁ । ଏହି କରୋନା ମହାମାରୀ ସମୟରେ ଗତ ଜୁଲାଇ ମାସରେ ଲୋକ ଖାଇବା କୁ ପାଉନଥିବା ସମୟରେ ପିଲାମାନଙ୍କୁ ଘରୁ ଡକାଇ ରି-ଆଡ ମିଶନ କରାଯାଇଛି । ଓଡିଶା ତାଜା ନ୍ୟୁଜ୍ ର ଖବର ପ୍ରସାରଣ ପରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ଙ୍କ ସହଯୋଗରେ କଲେଜ ଅଧକ୍ଷା ପୁନଶ୍ଚ ପିଲାମାନଙ୍କୁ ଡାକି ଆଦାୟ କ୍ଵରିଥିବା ଟଂକା ଫେରାଇଥିବା କିଛି କଲେଜ ପିଲାମାନଙ୍କ ଠାରୁ ଜଣାଯାଇଛି । କେବଳ ଏହି କଲେଜ ରେ ପିଲାମାନଙ୍କଠୁ ବିଭିନ୍ନ ଅସତ ଉପାୟରେ ପ୍ରଚୁର ପରିମାଣରେ ଅର୍ଥ ଆଦାୟ କରାଯାଇ ନିର୍ଦ୍ଧିଷ୍ଟ କେତେଜଣ କଲେଜ କର୍ମଚାରୀ ଓ ସ୍ଥାନୀୟ ନେତା ମାନଙ୍କ ମଧ୍ୟରେ ଭଗବଣ୍ଟା ହୋଇଥାଏ ବୋଲି ଚର୍ଚ୍ଚା ଜୋର ଧରିଛି, କୋଭିଡ ମହାମାରୀ ସମୟରେ ପିଲାମାନଙ୍କ ଠାରୁ ଏଭଳି ଅର୍ଥ ଆଦାୟ ଘଟଣାକୁ ନିନ୍ଦା କରାଯାଇଛି, ଏହି ମହାବିଦ୍ୟାଳରେ ନିଯୁକ୍ତ ଅଧକ୍ଷା ପୂବରୁ ବହୁ ବିବାଦୀୟ ଘଟଣାରେ ଜଡିତ ଥିବାବେଳେ ତାଙ୍କ ବିରୁଦ୍ଧରେ କଣ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଉନାଇଁ ତାହା ପରୋକ୍ଷରେ ସ୍ଥାନୀୟ ବ୍ଲକ ର ନେତାମାନଙ୍କୁ ଆଙ୍ଗୁଳି ନିର୍ଦେଶ କରୁଛି, ଏ ବିଷୟରେ ସଠିକ ତଦନ୍ତ ହେଲେ ବହୁ ସତ୍ୟ ସାମ୍ନାକୁ ଆସିବ ବୋଲି ଜନସାଧାରଣଙ୍କ ମଧ୍ୟରେ ଆଲୋଚନା ହେଉଛି ।
















