ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ମାଲକାନଗିରି ଜିଲ୍ଲାରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଶିବିର ନିମନ୍ତେ ପୂର୍ବ ପ୍ରସ୍ତୁତି ବୈଠକ ଜିଲ୍ଲା ମୁଖ୍ଯ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡI. ଦୋଳମଣି ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଆସନ୍ତା ୩ ରୁ ୬ ଡିସେମ୍ବର ପର୍ଯ୍ୟନ୍ତ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଶିବିର ବିଷୟରେ ଆଲୋଚନା କରଯାଇଥିଲା I ଏହି ସ୍ୱାସ୍ଥ୍ୟ ଶିବିରରେ ରାଜ୍ୟ ସ୍ତରୀୟ ମୂତ୍ର ରୋଗ ବିଶେଷଜ୍ଞ) , ମସ୍ତିଷ୍କ ବିଶେଷଜ୍ଞ, କିଡନୀ ବିଶେଷଜ୍ଞ, ହୃଦ୍ରୋଗ ବିଶେଷଜ୍ଞ, ପାଚକ ତନ୍ତ୍ରର ବିଶେଷଜ୍ଞ ଏବଂ ଲାପାରୋସ୍କୋପି ଏବଂ ଶଲ୍ଯ ବିଶେଷଜ୍ଞ ଆଦି ଡାକ୍ତରୀଦଳ ଆସି ଏହି ସ୍ୱାସ୍ଥ୍ୟ ଶିବିରରେ ଚିକିତ୍ସା ସେବା ସହ ଅସ୍ତ୍ରପଚIର କରିବାର କାର୍ଯ୍ୟକ୍ରମ ରହିଛି I















