ଓଡ଼ିଶା ତାଜା ନ୍ୟୁଜ (୧୮ ସେପ୍ଟେମ୍ବର ଶୁକ୍ରବାର) କଟକ :- କଟକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଭାରତ ବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୭୦ ତମ ପବିତ୍ର ଜନ୍ମ ଜୟନ୍ତୀରେ ସେଵାସପ୍ତାହ ପାଳନ ଅବସରରେ ୪୨ ମୌଜ଼ା ଉପକଣ୍ଠ ଝାରକଟା ପଂଚାୟତର ମଣିବାଡ଼ ଗ୍ରାମରେ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ଉପକରଣ,ଖାଦ୍ୟ ସାମଗ୍ରୀ ବଣ୍ଟନ,ଚାରା ରୋପଣ କାର୍ଯ୍ୟକ୍ରମ କରାଯାଇଛି ! ଏହି ମହତ ସେଵା କାର୍ଯ୍ୟରେ ପରିଷଦ ପକ୍ଷରୁ ଶ୍ରମିକ ନେତା ଚକ୍ରବର୍ତ୍ତୀ ଓତା,ବାବୁଲି ପାତ୍ର,ପର୍ଶୁରାମ ବେହେରା,
ବିଜୟ ସ୍ୱାଇଁ, ଶରତ ଦାସ,ଅଶିମ ଦାସ, ବିଶ୍ୱରଂଜନ ସେଠୀ, ଅଭିରାମ ଦଳାଇ, ସଙ୍କର ବେହେରା, କୃଷକ ନେତା ଦେବୀ ପ୍ରସାଦ ପତି,ରୁନୁ ମହାନ୍ତି, ସ୍ଵାଗତିକା ମହାନ୍ତି,ପୃଥ୍ୱୀରାଜ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଜନ୍ମ ଦିବସକୁ ଛାତ୍ରଛାତ୍ରୀଙ୍କ ସେବା,ଚାରା ରୋପଣ ଭଳି ମହତ କାର୍ଯ୍ୟ ମଧ୍ୟରେ ପାଳନ କରାଯାଇଛି ! ପରିଷଦର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ ମଧ୍ୟ କର୍ମକର୍ତ୍ତା ମାନଙ୍କର ଏହି ସେବା କାର୍ଯ୍ୟକ୍ରମ ଦ୍ୱାରା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ! (ରିପୋର୍ଟ ରଶ୍ମିତା ମହାପାତ୍ର)