ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ.ନୂଆଗାଁ ବ୍ଲକ୍ ଅର୍ନ୍ତଗତ ଗୁଞ୍ଜିବାଡ଼ି ପଞ୍ଚାୟତର ଲକେବାଡ଼ି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁର ଆଁରେ ଲକ୍ଷାଧିକ ଟଙ୍କାର ଶୀତବସ୍ତ୍ର ଜଳିପୋଡ଼ି ପାଉଁଶ ହୋଇ ଯାଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ କିଛି ବୁଲା ବ୍ୟବସାୟୀ କିଛି ଦିନ ହେବ ଲକେବାଡ଼ି ଗ୍ରାମରେ ଏକ ଭଡ଼ା ଘରେ ଶୀତବସ୍ତ୍ର ରଖି ସେଠାରେ ରହି ଆଖପାଖ ଅଞ୍ଚଳରେ ଫେରିବାଲା ଭାବେ ବ୍ୟବସାୟ କରୁଥିଲେ ।















