No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ପୁରୀ ମାଳତି ପାଟପୁର ଠାରେ ଥିବା ଅନ୍ତରାଜ୍ୟ ଟୁରିଷ୍ଟ ବସଷ୍ଟାଣ୍ଡରେ ସର୍ବଭାରତୀୟ ଶ୍ରମିକ ସଂଗଠନ ଏ.ଆଇ.ଟି.ୟୁ.ସି. ଓ ଭାରତୀୟ ସଡକ ପରିବହନ ଶ୍ରମିକଙ୍କ ଜାତୀୟ ଫେଡେରେସନ ( ଏନ. ଏଫ. ଆଇ. ଆର. ଟି ଡବ୍ଲୁ) ସହବନ୍ଧିତ ପୁରୀ ନୀଳଗିରୀ ମୋଟର କର୍ମଚାରୀ ସଂଘର ଏକ କାର୍ଯ୍ୟାଳୟ ଡିସେମ୍ବର ୧ ତାରିଖରେ ସଂଘର ସଭାପତି ରାମକୃଷ୍ଣ ପଣ୍ଡାଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି ।
ଦୈନିକ ସାରାଦେଶରୁ ଆସୁଥିବା ଶହ ଶହ ବସର କର୍ମଚାରୀ ଓ ଆମ ସଂଘର ସଭ୍ୟ ଥିବା ଟାଉନ ବସର କର୍ମଚାରୀଙ୍କୁ ସହଯୋଗ କରିବା ପାଇଁ ମାଳତୀପାଟପୁର ଅନ୍ତରାଜ୍ୟ ଟୁରିଷ୍ଟ ବସଷ୍ଟାଣ୍ଡରେ ତା’ର କାର୍ଯ୍ୟାଳୟ ଖୋଲିଅଛି । ସଂଘ କାର୍ଯ୍ୟାଳୟ ଉଦଘାଟନ ପରେ ରାଣୀସତୀ ମଣ୍ଡପଠାରେ ମୋଟର କର୍ମଚାରୀଙ୍କ ଏକ ସଭାରେ ଏ.ଆଇ.ଟି.ୟୁ.ସି. ର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା କହିଲେ ଦେଶର ଶ୍ରମିକ ଶ୍ରେଣୀ ଏକ ସଙ୍କଟପୂର୍ଣ୍ଣ ପରିସ୍ଥିତି ନେଇ ଗତିକରୁଛନ୍ତି ।
କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧି ଶ୍ରମ କୋର୍ଡ ଶ୍ରମିକ ଶ୍ରେଣୀ ଦୀର୍ଘ ଲଢେଇ କରି ହାସଲ କରିଥିବା ଅଧିକାର ଗୁଡିକ ଛଡେଇ ନେବ । ଶ୍ରମିକ ଶ୍ରେଣୀ ଏଣିକି ମାଲିକଙ୍କ ପାଖରେ ପୁରୁଣା କାଳ ପରି ଗୋତି ଶ୍ରମିକ ଖଟିବାକୁ ବାଧ୍ୟ ହେବେ । କେନ୍ଦ୍ର ସରକାରଙ୍କର ନୂଆ ପରିବହନ ଆଇନରେ ବସ ଡ୍ରାଇଭର କାର୍ଯ୍ୟ କରିବା ସମ୍ଭବ ନୁହେଁ ବୋଲି ଶ୍ରୀଯୁକ୍ତ ପଣ୍ଡା ବର୍ଣ୍ଣନା କରିଥିଲେ । କେନ୍ଦ୍ର ସରକାରଙ୍କର ଶ୍ରମିକ ବିରୋଧି ଓ ପୁଞ୍ଜିପତି ସପକ୍ଷବାଦୀ ଶ୍ରମ ଆଇନ ବିରୁଦ୍ଧରେ ସାରା ଦେଶରେ ଏବେ ମିଳିତ ଶ୍ରମିକ ଆନ୍ଦୋଳନ ତୀବ୍ରତର ହେବାରେ ଲାଗିଛି ।
ଦଳମତ, ଗୋଷ୍ଠି ନିର୍ବିଶେଷରେ ଆମକୁ ଏକ ଶ୍ରମିକ ସପକ୍ଷ ଶ୍ରମ ବ୍ୟବସ୍ଥା ହାସଲ କରିବା ପାଇଁ ଉତ୍ସର୍ଗିକୃତ ଭାବେ ଏହି ଲଢେଇରେ ସାମିଲ ହେବାକୁ ପଡିବ । ସଂଘର ସମ୍ପାଦକ ଅଜୟ କୁମାରମିଶ୍ର, ଏ.ଆଇ.ଟି.ୟୁ.ସି. ର ରାଜ୍ୟ କାର୍ଯ୍ୟକାରୀ ସଭାପତି ମହେଶ୍ବର ରାଉତ,ରାଜ୍ୟ ସମ୍ପାଦକ ବ୍ରଜବନ୍ଧୁ ପ୍ରଧାନ, ସଂଘର ନେତା ଭିକାରୀ ଚରଣ ସାହୁ, ବୃନ୍ଦାବନ ଦାଶ, ଆର୍ତ୍ତତ୍ରାଣ ଦାଶ, ଚତୁର୍ଭୁଜ ପେଣ୍ଠେଇ, ଯଦୁମଣୀ ସାହୁ, ଦିଲ୍ଲୀପ କୁମାର ବଳିଆରସିଂହ, ପ୍ରକାଶ ଚନ୍ଦ୍ର ମହାନ୍ତି, ହରିହର ସେନାପତି ପ୍ରମୁଖ ଶ୍ରମିକ ସମସ୍ୟା ଉପରେ ଆଲୋଚନା କରିଥିଲେ l

No Result
View All Result