No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଶ୍ରୀରାମ ଚନ୍ଦ୍ର ଭବନରେ” ଶ୍ରୀ ଜଗନ୍ନାଥ ଦର୍ଶନରେ ମାନବୀୟ ଚେତନା” ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ତିରୁପତିର ପୁର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିଲେ । ଏଥିରେ ଅତିଥି ଭାବେ ଅନନ୍ୟ ଶ୍ରୀଜଗନ୍ନାଥ ସଂସ୍ଥାନର ସଭାପତି ପୀତବାସ ରାଉତରାୟ, ମୁଖ୍ୟ ବକ୍ତା ଭାବେ ପୌରୁଷ ସଂପାଦକ ଡକ୍ଟର ଅସିତ ମହାନ୍ନ୍ତି ବିଭିନ୍ନ ବକ୍ତବ୍ୟ ରଖିଥିଲେ ।

ଅନୁଷ୍ଠାନର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଗାୟକ ଶେଖର ଘୋଷ, ତନ୍ମୟ କୁମାର ହୋତା, ଦୀପ୍ତି ଦାସ, କସ୍ତୁରୀ ସ୍ବାଇଁ, ମନୋରଞ୍ଜନ ଅଧିକାରୀ, ବିଭୁ ଦତ୍ତ ମଲ୍ଲ ପ୍ରମୁଖ ଭକ୍ତି ସଂଗୀତ ପରିବେଷଣ କରିଥିଲେ । ଅନୁଷ୍ଠାନର କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ମଞ୍ଚ ପରିଚାଳନା କରିଥିଲାବେଳେ ଉପସଭାପତି ବ୍ରହ୍ମାନନ୍ଦ ବିଶ୍ଵାଳ ସ୍ବାଗତ ଭାଷଣ ଓ ସାଧାରଣ ସମ୍ପାଦକ ରାଜୀବ କୁମାର ଷଡ଼ଙ୍ଗୀ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ।

ଶେଷରେ ସଙ୍ଗଠନ ସଂପାଦକ ଶଶିକାନ୍ତ ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ପାଠାଗାର ସଂପାଦକ ବ୍ରହ୍ମାନନ୍ଦ ମହାନ୍ତି, କାର୍ଯ୍ୟନିର୍ବାହୀ ସମିତି ସଦସ୍ୟ ଆଦିତ୍ୟ ପ୍ରତାପ ଧଳ, ବୈଜୟନ୍ତୀ ମାଳା ଶତପଥୀ, ଅମିତାଭ ଖିଲାର, ରଘୁ ସାହୁ, ଡ଼କ୍ଟର ଧରଣୀଧର ନାଥ, ଗୀତାଞ୍ଜଳି ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ ।

No Result
View All Result