No Result
View All Result
ଭୁବନେଶ୍ବର/ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ରାଜ୍ୟର ଅଗ୍ରଣି ସାମାଜିକ ଅନୁଷ୍ଠାନ “ଫୋନିକ୍ସ୍ ସେବା”ର ନବମ ବାର୍ଷିକ ଉତ୍ସବ ସମାରୋହ ସହକାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୁଲ୍ୟରେ ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦୀର ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ “ଆଧ୍ୟାତ୍ମିକ ପଥରେ ଶିଶୁର ଉନ୍ନତୀ, ଦେଶର ପ୍ରଗତୀ “ବିଷୟରେ ରାଜ୍ୟ ସ୍ତରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀ,ଛାତ୍ରଙ୍କମଧ୍ୟରେ ବକ୍ତୃତା, ଚିତ୍ରାଙ୍କନ, କାହାଣୀ, ସାଧାରଣ ଜ୍ଞାନ ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା, କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼ଃ ଅରୁଣ କୁମାର ରଥ, ମୁଖ୍ୟବକ୍ତା ମନୋରଞ୍ଜନ ମହାପାତ୍ର,ଡ଼ଃ ବେରିଅନ ସ୍ୱାଇଁ,ଶ୍ରୀମତୀ ନିବେଦିତା ଭଞ୍ଜ ପ୍ରମୁଖ ଯୋଗଦେଇ ସିଶୁଟିଏ ରାଷ୍ଟ୍ରର ଜାତୀୟ ସମ୍ପତ୍ତି,ତେଣୁ ଆଧ୍ୟାତ୍ମିକ ମାର୍ଗରେ ଯିବା ଦ୍ଵାରା ତା’ର ମାନସିକ, ଶାରୀରିକ ଓ ବୌଦ୍ଧିକ ବିକାଶ ସହ ଏକ ଶୃଙ୍ଖଳିତ ଦେଶ ଗଠନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।

ଏଥିସହ ବରିଷ୍ଠ ନାଗରିକ ସତ୍ୟନଗର ଡେଭଲପମେଣ୍ଟ କଲଚୁରାଲ ସୋଷାଇଟୀ ଓଡ଼ିଶା ରାଜ୍ୟ ବରିଷ୍ଠ ନାଗରିକ ମହାସଂଘ ଭୁବନେଶ୍ବର, ସନ୍ ସାଇନ୍ ହସ୍ପିଟାଲ, ସିଭିଲ ସୋଷାଇଟି ଅର୍ଗାନାଇଯେଶନ,ମଦର, ଯୁଗଳ କିଶୋର ସାହୁ,ପ୍ରୀତି ରଞ୍ଜନ ନାୟକ, ମନୋରଞ୍ଜନ ଭୋଇ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ସଭାକୁ ଶ୍ରୀମତୀ ଚମକ୍ ଚାନ୍ଦିନୀ ଦାଶ ପରିଚାଳନା କରିଥିବାବେଳେ,ଫୋନିକ୍ସ୍ ସେବାର ଅଧ୍ୟକ୍ଷ ମଲ୍ଲିକ ଅୱେଶ ବାର୍ଷିକ ବୀବରଣୀ ପାଠ କରିବା ସହ, ଅନୁଷ୍ଠାନର ସଭାପତି ତାପସ ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଅନିଲ ପରିଡ଼ା,ପ୍ରୀତି ପ୍ରଜ୍ଞା ସ୍ୱାଇଁ, ତଟିନୀ ବିଶ୍ଵାଳ, ମୁସ୍ତକିମ୍, ପାୟଲ, ଶ୍ରୀନାଥ, ପଦ୍ମିନୀ, କାମିନୀ, କାଜଲ ସ୍ୱାଇଁ, ପ୍ରତୀକ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରୁଥିଲେ ।

No Result
View All Result