ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଗଜପତି ଜିଲ୍ଲାର ଆର.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେ ଏମ ଭାଲିଆସାହିଠାରେ ଦୁଇ ଦିନ ଧରି ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ ହୋଇଯାଇଛି। ଜିଲ୍ଲା ଶିକ୍ଷାଧିକାରୀ ଡ.ମାୟାଧର ସାହୁ ଏବଂ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଆମ୍ପୁଲ ରବି କୁମାରଙ୍କ ନିର୍ଦ୍ଦେଶ କ୍ରମେ ଆର, ଉଦୟଗିରି ବ୍ଲକର ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବୀରେନ୍ଦ୍ର ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଏହା ଅନୁଷ୍ଠିତ ହୋଇଥିଲା ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଏବଂ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ସମସ୍ତ କାର୍ଯକୁ ପରିଚାଳନା କରିଥିଲେ। ପ୍ରଥମ ଦିବସରେ ଆର, ଉଦୟଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବରଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଥିଲେ । ଅନ୍ତିମ ଦିବସରେ ଆର, ଉଦୟଗିରି ବ୍ଲକର ଗୋଷ୍ଠି ଉନ୍ନୟନ ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

ବ୍ଲକର ସମସ୍ତ ବିଦ୍ୟାଳୟରୁ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିବା ସହିତ ପ୍ରଥମ ଦିବସରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନରେ ୧୨୮ଗୋଟି ପ୍ରକଳ୍ପ ଏବଂ ରାଷ୍ଟ୍ରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀରେ ୬୪ଗୋଟି ପ୍ରକଳ୍ପ ସେହିପରି ଦ୍ଵିତୀୟ ଦିବସରେ ଏନାର୍ଜି କ୍ଳବ୍ ତରଫରୁ ୪୬ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।

କୁନି କୁନି ବୈଜ୍ଞାନିକ ମାନେ ନିଜର ମନର ଭାବନାକୁ ଅତି ସୁନ୍ଦର ଭାବରେ ପ୍ରକଳ୍ପ ମାଧ୍ୟମରେ ପ୍ରଦର୍ଶନ କରିଥିଲେ। ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶ୍ରୀନିବାସ ବେହର୍ଦଳାଇ, ବ୍ଲକ୍ ସଂଯୋଜକ ଶ୍ରୀଯୁକ୍ତ ଭାଗିରଥି ପରିଡା ଏବଂ ମୁକ୍ତିକାନ୍ତ ମଲ୍ଲିକଙ୍କ ସହିତ ଅଭୟ କୁମାର ଦାସ ଓ ବନମାଳୀ ବଡ଼ ରଇତ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ଶ୍ରୀଯୁକ୍ତ ଯୁଧିଷ୍ଠିର ପାଇକ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପୂର୍ଣ୍ଣ ସହଯୋଗ କରିଥିଲେ।