ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସୋନପୁର ଉପସ୍ବାସ୍ଥ୍ୟକେନ୍ଦ୍ରର ଏଏନଏମ ବୁଲିଦେଇ ସାହୁଙ୍କୁ ମରଣାନ୍ତକ ଆକ୍ରମଣରେ ଅଟକ ରହିଥିବା ଯୁବକଙ୍କୁ ଦାରିଙ୍ଗବାଡି ପୋଲିସ ଗିରଫ କରିଛି। ଗିରଫ ଯୁବକ ସୋନପୁରର ଗୋବିନ୍ଦ ବେହେରା (୨୬)ବୋଲି ତଦନ୍ତକାରୀ ଅଧିକାରୀ ଇନ୍ସପେକ୍ଟର ଜୟନ୍ତ କୁମାର ସେଠି କହିଛନ୍ତି । ଯୁବକଙ୍କ ନାମରେ ପୋଲିସ ମାମଲା (୨୨୭/୨୫) ରୁଜୁ କରିଛି । ଗିରଫ ଯୁବକ ନାମରେ ଭାରତ ନ୍ୟାୟ ସଂହିତା ୨୦୨୩(୩୨୯)୩, (୨୯୬) ଏବଂ (୧୦୯) ଧାରାରେ ମାମଲା ରୁଜୁ ହୋଇଥିବା ପୋଲିସ କହିଛି ।














