କୋରାଇ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) କୋରାଇ :- ବ୍ୟାସନଗର ସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟଅଧ୍ୟାପିକା ସୁମିତ୍ରା ରାଉତଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।

ଆଜି ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରତ୍ନାକର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ +୨ର ଅଧ୍ୟକ୍ଷା ଲଳିତା ସାହୁ ଯୋଗଦେଇ ଅବସର ଜୀବନର ଆଉ ଏକ ପର୍ଯ୍ୟାୟ; ତାକୁ ପରିବାର ଉଦେଶ୍ୟରେ ଓ ଆଧ୍ୟାତ୍ମିକ ମାର୍ଗରେ ଅତିବାହିତ କରିବା ଦରକାର ବୋଲି ପରାମର୍ଶ ଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ଅଧ୍ୟାପିକା ସସ୍ମିତା ଆଚାର୍ଯ୍ୟ ଯୋଗଦେଇ ସେବାନିବୃତ ଅଧ୍ୟାପିକା ଶ୍ରୀମତୀ ରାଉତ ଜଣେ ସରଳ, ନିଷ୍କପଟ, କର୍ତବ୍ୟ ନିଷ୍ଠ, ଶୃଙ୍ଖଳିତ ବ୍ୟକ୍ତତ୍ଵ ଓ ଅମାପସ୍ନେହିଁ, ଛାତ୍ରୀବତ୍ସଳା ତଥା ସବୁରି ଆଦରଣୀୟା ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥିଭାବେ ବରିଷ୍ଠ ଅଧ୍ୟାପିକା ରୋଜାଲିନା ମହାନ୍ତି, ଝୁନୁମଣୀ ଜେନା,

ଅଧ୍ୟାପକ ପ୍ରଶାନ୍ତ କୁମାର ରାଉତ, ଅରୁଣକୁମାର ମିଶ୍ର, ଚିତରଞ୍ଜନ ବଳ, ଜ୍ୟୋତିପ୍ରକାଶ ରାଉତ, ମଳୟ କୁମାର ମଲ୍ଲିକ, ସୁବାସଚନ୍ଦ୍ର ସ୍ୱାଇଁ, ସନ୍ତୋଷ କୁମାର ଜେନା ପ୍ରମୁଖ ଯୋଗଦେଇ ସେବାନିବୃତ ଅଧ୍ୟାପିକା ଶ୍ରୀମତୀ ରାଉତଙ୍କ ସଂପର୍କିତ ସ୍ଵକୀୟ ଅନୁଭୂତି ବଖାଣିଥିଲେ ।

ଏହି ଅବସରରେ ସେବାନେବୃତ ଅଧ୍ୟାପିକା ଶ୍ରୀମତୀ ରାଉତଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉତ୍ତରୀୟ ଦେଇ ଯୁକ୍ତ୨ ଓ ଡିଗ୍ରୀ ମହାବିଦ୍ୟାଳୟ ଏବଂ ଅର୍ଥନୀତି, ସମାଜ ଶାସ୍ତ୍ର, ଇତିହାସ, ରାଜନୀତିବିଜ୍ଞାନ, ଓଡ଼ିଆ ଆଦି ବିଭିନ୍ନ ବିଭାଗର ଛାତ୍ରୀଙ୍କ ପକ୍ଷରୁ ଉପହାର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ତାରଣୀତନୟା ସର, ଡକ୍ଟର ଯାଜ୍ଞେଶ୍ଵରୀ ପଲେଇ, ଲିପ୍ସା ମିଶ୍ର, ରାଜଲକ୍ଷ୍ମୀ ଦାସ, ଆୟେଶା ପରିଡା, ଅନିମା ପ୍ରଧାନ, ଡ. ମମତାମୟୀ ଦାଶ, ଜ୍ୟୋର୍ତିମୟୀ ନାୟକ, ସ୍ମୃତିଶ୍ରୀ ବେହେରା, ଅରୁଣା ବାହେତ,

ସଂଞ୍ଜୁକ୍ତା ବେହେରା, ଅଧ୍ୟାପକ ପଦ୍ମଭୁଷଣ ରାଉତରାୟ, ହୃଷିକେଶ ତ୍ରିପାଠୀ, ସୁରେନ୍ଦ୍ର କୁମାର ମଲିକ, ଚିତରଞ୍ଜନ ମଲିକ, ପ୍ରଦୀପ କୁମାର ପରିଡା, ଶିବପ୍ରସାଦ ଦାସ, କଲ୍ୟାଣୀ ପରିଡା, ଅଶୋକ କୁମାର ଦାସ, ପ୍ରାଶାନ୍ତ କୁମାର ପଲେଇ, ହେମନ୍ତ ବେହେରା ପ୍ରମୁଖ ସଭାରେ ସାମିଲ ହୋଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଦୁର୍ଗାବତୀ ସ୍ୱାଇଁ, ବିଚିତ୍ର ଦଳେଇ,

ପବିତ୍ର ଜେନା, ପ୍ରଶାନ୍ତ କୁମାର ଦାସ, କବିତା କଲୋଳିନୀ ସିହ୍ନା, ସୁକାନ୍ତି ଦାସ ପ୍ରମୁଖ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀ ସମୂହ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପିକା ଡ. ଯାଜ୍ଞେଶ୍ଵରୀ ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ ।














