ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ରାଜକିଶୋର ସେନାପତି – ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ସାଇଁଶାସନ ଗ୍ରାମ ପଂଚାୟତ ସରପଞ୍ଚଙ୍କ ବିରୋଧରେ ସଙ୍ଗିନୀ ଅଭିଯୋଗ । ବଳଙ୍ଗା ପୋଲିସ ଅଭିଯୋଗ ପାଇ ତଦନ୍ତ ଚଳାଇ ଅଛି। ଏଭଳି ବଲାତ୍କାରୀ ଘଟଣା ଘଟାଇ ଛନ୍ତି ଜଣେ ଚର୍ଚ୍ଚିତ ସରପଞ୍ଚ। ଅଭିଯୋଗ ଅନୁଯାୟୀ ଜଣା ଯାଏ ବଳଙ୍ଗା ଥାନା ଅଞ୍ଚଳ ଉଗ୍ରେଶ୍ୱର ଦେଉଳି ର ଶୈଳବାଳା ବେହେରା (୪୯) ନାମକ ମହିଳାଙ୍କର ଏକ ଗ୍ରୋସରୀ ଦୋକାନ ଗାଁ କେନାଲ ବନ୍ଧ କଡ଼ରେ ଅଛି ।

ଗତ୨୮ ରିଖରେ ମହିଳାଙ୍କ ସ୍ବାମୀ ଧୋବେଇ ବେହେରା ବନ୍ଧୁ ଘରୁକୁ ଯାଇଥିଲେ.ରାତ୍ରରେ ଘରକୁ ନ ଫେରିବାରୁ ପୀଡ଼ିତା ମହିଳା ଛୋଟ ନାତିକୁ ନେଇ ଦୋକାନରେ ଘରେ ଶୋଇଥିଲେ । ସ୍ବାମୀ ନ ଥିବାର ସୁଯୋଗ ନେଇ ୨୯ ତାରିଖ ରାତ୍ର ପ୍ରାୟ ୩ ଘ.ସମୟରେ ଦୋକାନ କବାଟକୁ ବାଡ଼େଇବାରୁ କିଏସେ ଦୋକାନ କବାଟ ବାଡଉଛ ବୋଲି ପୀଡ଼ିତା ମହିଳା ପଚାରିଥିଲେ ସେ ସରପଞ୍ଚ ଟୁଲା ଭାଇନା ପରିଚୟ ଦେଇ ଥିଲା ।
ତାଙ୍କ ପାଟି ଶୁଣି ପୀଡ଼ିତା ମହିଳା ଶୋଇଥିବା ଘରର କବାଟ ଖୋଲି ଦେବା ମାତ୍ରେ ଟୁଲା ଘର ଭିତରକୁ ପଶିଯାଇ ଥିଲା। ହାତରେ ଧରିଥିବା ଏକ ଭୁଜାଲିକୁ ପୀଡ଼ିତାଙ୍କ ବେକରେ ଲଗାଇ ଦେଲେ । ଅଶ୍ଳୀଳ ଅସଭ୍ୟ ଭାଷାରେ ଗାଳିମନ୍ଦ କରି ଧମକ ଦେଇ କହିଲା କହିଦେବୁ ମୋ ବିରୁଦ୍ଧରେ ଯିବ ନାହିଁ, ନଚେତ ଗାଡି ମଡେଇ ଜୀବନରୁ ମାରିଦେବି । ପୀଡ଼ିତା ମହିଳା ପ୍ରତିବାଦ କରିବାରୁ ସେ ଚୁଟିକୁ ଧରି ପକାଇଥିଲା ।ତା ସହିତ ଗାଲକୁ ଦୁଇଚାରି ଚାପୁଡା ମାରିଥିଲା ।















