ଓଡ଼ିଶା ତାଜା ନ୍ୟୁଜ (୧୭ ସେପ୍ଟେମ୍ବର ଗୁରୁବାର) ବରଗଡ଼ :– ବରଗଡ଼ ସହର ସମେତ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଚୋରି,ଲୁଟ କରି କିଛି ଦିନ ହେବ ଆତଙ୍କ ସୃଷ୍ଟି କରିଥିବା ଲୁଟେରା ଗ୍ୟାଙ୍ଗ କୁ ବରଗଡ଼ ଟାଉନ ଥାନା ପୋଲିସ ଧରିବାରେ ସଫଳ ହୋଇଛି । ଏ ସଂପର୍କରେ ବରଗଡ଼ ଜିଲ୍ଲା ଏସପି ପଦ୍ମିନୀ ସାହୁ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଥିଲେ । ସୂଚନା ମୁତାବକ ଗତ କିଛି ଦିନ ତଳେ ବରଗଡ଼ ସହର ଆଖପାଖ ଅଞ୍ଚଳରେ ଚୋରି,ଲୁଟ ଘଟଣା ରେ ଲୋକେ ଭୟଭୀତ ହୋଇପଡ଼ିଥିଲେ । ବରଗଡ଼ ଟାଉନ
ଥାନା ପୋଲିସ ପକ୍ଷରୁ ବ୍ୟାପକ ତଦନ୍ତ ଓ ବିଭିନ୍ନ ଅଞ୍ଚଳ ରେ ଚଢ଼ାଉ କରି ଲୁଟେରା ଗ୍ୟାଙ୍ଗ ର ୫ ଜଣକୁ ଗିରଫ କରିବା ସହ ତାଙ୍କ ଠାରୁ ୩ ଟି ୪ ଚକିଆ ଗାଡ଼ି, ଗୋଟିଏ ସୁନା ଚେନ,୧୮ ଟି ମୋବାଇଲ,୨ ଟି ବାଇକ୍,୨ ଟି ଛୁରୀ,ନଗଦ୪୮୦୦ ଟଙ୍କା ଜବତ କରିଥିଲେ ।
ବରଗଡ଼ ଡେମ୍ କଲୋନୀ ର ମଗସିର ମହାନନ୍ଦ,ରାଜା ହାତୀ,ପଧାନ ପାଲି ର କିଶୋର ମେହେର,ବିଜେ ବାଗ । ଟାଉନ ଥାନା ପୋଲିସ ର ଏହା ବଡ଼ ସଫଳତା ବୋଲି ଏସପି କହିଥିଲେ । ସାମ୍ବାଦିକ ସମ୍ମିଳନୀ ରେ ଟାଉନ ଥାନା ଆଇ ଆଇ ସି ସଦାନନ୍ଦ ପୂଜାହାରୀ,ଏସ ଆଇ ସୈ।ମ୍ୟକାନ୍ତ ବଳିଆର ସିଂ ପ୍ରମୁଖ ଉପସ୍ଥିତ ଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)