No Result
View All Result
କଟକ ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) କଣ୍ଟାପଡ଼ା :- କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ପୋହଳ ଗ୍ରାମର ବଇଁଶିଧର ପାଢ଼ୀ (୭୫) ବର୍ଷ ନାମକ ଜଣେ ଧର୍ମପରାୟଣ , ସମାଜସେବୀ, ପରୋପକାର ବ୍ୟକ୍ତିଙ୍କ ପରଲୋକରେ ଶୋକର ଛାୟା ଖେଳି ଯାଇଛି । ସ୍ୱର୍ଗତ ପାଢ଼ୀ ଏକାଧାରରେ ଜଣେ ପୁଲିସ ଅଧିକାରୀ ଭାବରେ ରହି ସେ ଓଏସ୍ଏପି ଷଷ୍ଠ ଓ ସପ୍ତମ ବାଟାଲିୟନରେ ଚାକିରି କରି ୨୦୦୯ ମସିହାରେ ଅବସର ଗ୍ରହଣ କରିବା ପରେ ସେ ନିଜ ଗ୍ରାମର ମଠ ମନ୍ଦିରରେ ରହି ସେବା କାର୍ଯ୍ୟ କରୁଥିଲେ,

ଖାଲି ମନ୍ଦିର ନୁହେଁ ଲୋକମାନଙ୍କୁ ବିଭିନ୍ନ ସେବା ମୂଳକ ସହାୟତା ଯୋଗାଇ ଆସୁଥିଲେ । ହଠାତ୍ ତାଙ୍କର ଦେହ ଅସୁସ୍ଥ ହେବାରୁ ତାଙ୍କର ଚିକିସ୍ଥା ଲାଗି ଫୁଲନଖରା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ଚିକିତ୍ସା ଅବସ୍ଥାରେ ତାଙ୍କର ଗତ ୨୪ ତାରିଖରେ ମୃତ୍ୟୁ ଘଟିଥିଲା । ତାଙ୍କର ବିୟୋଗ ଖବର ଶୁଣି ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି ।
ତାଙ୍କୁ ପୁରୀ ସ୍ୱର୍ଗଦ୍ଵାର ନିଆଯାଇ ଶେଷକତ୍ୟ ସଂପନ୍ନ କରାଯାଇଥିଲା ,ଏଥିରେ ତାଙ୍କର ବଡ ପୁଅ ବୈଦ୍ୟଭୂଷଣ ମୁଖାଗ୍ନି ଦେଇଥିଲାବେଳେ ପୂତ୍ର ବିରଞ୍ଚି ନାରାୟଣ, ରବିନାରାୟଣ, ସମେତ ଜୁଆଁଇ, ଝିଅ, ବୋହୂ, ନାତି ନାତୁଣୀ ଏଵଂ ଗ୍ରାମର ପରିବାରବର୍ଗ ଶେଷକୃତ୍ୟ ସମୟରେ ଉପସ୍ଥିତ ଥିଲେ । .
ଏହି ଧର୍ମପ୍ରାଣ ବ୍ୟକ୍ତିଙ୍କ ପରଲୋକରେ ଦଧିଚି ଶିକ୍ଷାନୁଷ୍ଠାନ ସମୁହର ଚେୟାରମେନ ଡକ୍ଟର ମନୋଜ କୁମାର ଦାଶ, ମ୍ୟାନେଜିଙ୍ଗ ଟ୍ରଷ୍ଟି ଶ୍ରୀମତୀ ବବିତା ଦାଶ, ଏଵଂ ଆରିୟାନ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଅଭିମନ୍ୟୁ ଜେନା ପ୍ରମୁଖ ବହୁ ବ୍ୟକ୍ତି ଦୁଃଖ ପ୍ରକାଶ କରିବା ସହ ସ୍ବର୍ଗତ ପାଢୀଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ ।

No Result
View All Result