ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର 30.12.2019 :- ଆଜି ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ତରଫରୁ ଏହିଭଳି ଏକ ଆଶ୍ଚର୍ଯ୍ୟ କଲା ଭଳି ନୋଟିସ ଆସିଛି । ନୂଆ ବର୍ଷ ପୂର୍ବ ରାତି ଡିସେମ୍ବର ୩୧ ରେ ବିଳମ୍ବିତ ରାତି ୦୧.୦୦ ଟା ପର୍ଯ୍ୟନ୍ତ ମଦ ମିଳିବ । ଆଉ ସେପଟେ କମିଶନରଟେ ପୋଲିସ କହିଛି ସହରରେ କଡାକଡି ଯାଞ୍ଚ ହେବ ଆଉ ମଦ୍ୟପ ମାନଙ୍କୁ ବାନ୍ଧିବା ସହ ଫାଇନି ଆଦାୟ ହେବ । ଭୁବନେଶ୍ୱର, କଟକ , ପୁରୀ ରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲିବା ପାଇଁ ନୋଟିସ ହେଇଥିଲେ ମଧ୍ୟ ଅନ୍ୟ ଜାଗା ପାଇଁ କଣ ପାଇଁ କିଛି ନିଷ୍ପତି ହେଲାନି ନା ଅନ୍ୟ ସ୍ଥାନ ମାନଙ୍କ ଅପେକ୍ଷା ଏହି ୩ ସହରରେ ଲୋକମାନଙ୍କୁ ସରକାର ମଦୁଆ ଙ୍କ ସହର ବୋଲି ସ୍ୱୀକୃତି ଦେବା ପାଇଁ ଚଂହୁଛନ୍ତି ତାହା ଜଣାପଡିନାହିଁ ।
ସାଧାରଣ ରେ ଆଲୋଚନା ହେଉଛି ଏହା ସରକାରଙ୍କ ରାଜସ୍ବ ଆଦାୟ ର ଏକ ସୁବିଧା ଉପାୟ । ଅଧିକ ମଦ ବିକିଲେ ରାଜସ୍ୱ ଅଧିକ ମିଳିବ ସେପଟେ ପୋଲିସ ଲଗାଇ ସହରରେ ଚେକିଂ କଲେ ପୁଣି ରାଜସ୍ବ ମିଳିବ । ଏ ନେଇ ସୋସିଆଲ ମିଡିଆ ରେ ଭାଇରାଲ ହେବାର ଲାଗିଛି ଭିନ୍ନ ଭିନ୍ନ ମତାମତ ।
ଗୋଟେ ପଟେ ସରକାର ଚଂହୁଛନ୍ତି ଆଇନି ଶୃଙ୍ଖଳା ରେ ଶାନ୍ତି ବଜାୟ ରହୁ ଅନ୍ୟ ପଟେ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ମଦ ଦୋକାନ ଆଉ ବାର ଖୋଲି ସରକାର କି ବାର୍ତା ଦେବା ପାଇଁ ଚାହୁଛନ୍ତି ତାହା ସାଧାରଣ ରେ ପ୍ରଶ୍ନବାଚୀ । ଯଦି କିଛି ଅସୁବିଧା ଘଟିଲା ତେବେ ସେଥି ପାଇଁ କିଏ ଉତ୍ତରଦାୟୀ ରହିବେ ତାହା ବର୍ତ୍ତମାନ ଆଲୋଚ୍ୟ ର ବିଷୟବସ୍ତୁ ।