No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଆଜି ପୂର୍ବାହ୍ନ ଓଡିଶା ବିଧାନସଭାରେ ସମ୍ବିଧାନ ଦିବସ ପ୍ରସ୍ତାବନା ପାଠ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶା ବିଧାନସଭା ମାନ୍ୟବର ବାଚସ୍ପତି ସୁରମା ପାଢୀ ସମ୍ବିଧାନ ଦିବସ ପ୍ରସ୍ତାବନା ପାଠ କରାଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ,ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ମାନ୍ୟବର ଶାସକ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ , ମାନ୍ୟବର ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ,
ମାନ୍ୟବର କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ମାନ୍ୟବର ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ, ମାନ୍ୟବର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ମାନ୍ୟବର ଶାସକ ଦଳ ଉପ ମୁଖ୍ୟ ସଚେତକ ଗୋବିନ୍ଦ ଦାସ ,
ମାନ୍ୟବର ବିଧାୟକ ଜୟନାରାୟଣ ମିଶ୍ର , ମାନ୍ୟବର ବିଧାୟକ ରଞ୍ଜନ ଏକ୍କା , ବିଧାନସଭା ସଚିବ ଶ୍ରୀ ସତ୍ୟବ୍ରତ ରାଉତ ଏବଂ ଉପସ୍ଥିତ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସମ୍ବିଧାନ ଦିବସ ପ୍ରସ୍ତାବନା ପାଠ କରାଇଥିଲେ ।

No Result
View All Result