No Result
View All Result
ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ମାଲକାନଗିରି ମହାବିଦ୍ୟାଳୟ ପରିସରରେ ୭୭ତମ ଏନସିସି ଦିବସ ପାଳିତ ହେଇଯାଇଛି । ଏହି ସଭାଟିକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଚିତ୍ତରଞ୍ଜନ ବାରିକ୍ ସଭାପତିତ୍ବ କରିଥିଲେ ଏବଂ ଏନସିସି ଦିବସର ମହତ୍ତ୍ ଓ ଗୁଣ ବିଷୟ ଆଲୋଚନା କରିଥଲେ । ମୁଖ୍ୟ ଅତିଥି ଭାବରେ , ୧୧୦ ବାଟାଲିୟନ ବିଏସଏଫ କମାଣ୍ଡଣ୍ଟ ଶ୍ରୀ ସନ୍ଦୀପ ଯୋଗ ଦେଇ ପତାକା ଉତ୍ତୋଳନ କରି କ୍ୟାଡେଟମାନଙ୍କୁ ଅଭିବାଦନ ଜଣାଇ ନେତୃତ୍ଵ ଓ ମୂଲ୍ୟବୋଧ ଉପରେ ଉତ୍ସାହ ପ୍ରଦାନ କରିଥିଲେ ।
ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ବିଏସଏଫ ସେକ୍ଟର ହେଡ୍ କ୍ୱାର୍ଟର ଡି ସି ଜି ରବି ଶଙ୍କର ଏନସିସି କ୍ୟାଡେଟମାନଙ୍କୁ ଲକ୍ଷ୍ୟ ଏବଂ ଚରିତ୍ର ବିଷୟରେ କହିଥିଲେ । ୭୭ତମ ଏନସିସି ଦିବସ ଉପଲକ୍ଷେ ପ୍ୟାରେଡ୍, ସାଂସ୍କୃତିକ କାର୍ଯ୍ୟକ୍ରମ , ଦେଶାତ୍ମବୋଧକ ଭକ୍ତିମୟ ଗୀତ,ଏନସିସି ସଙ୍ଗୀତ, ରକ୍ତ ଦାନ ଶିବିର ଏବଂ ମୁଖ୍ୟ ଆକର୍ଷଣ ଫ୍ଲାଗ ଏରିଆରେ ମାଲକାନଗିରିର ଇତିହାସ କ୍ୟାଡେଟମାନଙ୍କ ଦ୍ଵାରା ପ୍ରଦର୍ଶନ କରାଯାଇଥିଲା ।
ସେହିପରି ରଚନା ଲିଖନି, ଡ୍ରିଲ ଏବଂ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ସେଥିରେ ଗୁଣବାନ କ୍ୟାଡେଟମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା । ସଭାଟିକୁ ଏନସିସି ଅଧିକାରୀ ଏଲ୍ . ଟି ସୁଶାନ୍ତ ମାଝି ସ୍ଵାଗତ ଏବଂ ପରିଚାଳନା କରିଥିଲେ । ଏଥିରେ ମହାବିଦ୍ୟାଳୟର ଅଧ୍ୟାପକ ଓ ବୁଦ୍ଧି ଜିବୀ ଉପସ୍ଥିତ ଥିଲେ । ସଭା ଶେଷରେ ଏନସିସି ବାଳିକା ବିଭାଗର ସିଟିଓ ପ୍ରେମ୍ ରେଖା ଭତ୍ରା ଧନ୍ୟବାଦ୍ ଅର୍ପଣ କରିଥିଲେ ।

No Result
View All Result