ଓଡ଼ିଶା ତାଜା ନ୍ୟୁଜ (୧୭ ସେପ୍ଟେମ୍ବର ଗୁରୁବାର) ବରଗଡ଼/ସମ୍ବଲପୁର : ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀଙ୍କ ମାଁ ସମଲେଶ୍ଵରୀ ଙ୍କ ପବିତ୍ର ମହାଳୟା ତିଥି ରେ ଧବଳମୁଖୀ ହୋଇଛନ୍ତି । ମାଁ ସମଲେଶ୍ଵରୀ ବର୍ଷ ତମାମ ସିନ୍ଦୂର ବର୍ଣ୍ଣ । ହୋଇ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ଆଜି ଏଇ ଧବଳମୁଖୀ ବେଶ ରେ ଦର୍ଶନ ଦେଇଥାନ୍ତି ।
ମାଁ ଙ୍କୁ ଧବଳମୁଖରେ ଦର୍ଶନ କଲେ ଗଙ୍ଗା ଦର୍ଶନର ଷୌଭାଗ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି । ଏଇ ବେଶରେ ମାଁ ଅଢେଇ ଦିନ ଧରି ଦର୍ଶନ ଦେଇଥାନ୍ତି । ଏହାକୁ ସରସ୍ବତୀ ଙ୍କ ଦର୍ଶନ ବୋଲି ମଧ୍ୟ କୁହାଯାଏ । ଯେହେତୁ ଏବେ କରୋନା କଟକଣା ରହିଛି ।
ସେଥିପାଇଁ ତାଙ୍କର ଧବଳମୁଖୀ ବେଶ ଦର୍ଶନ ଡିଜିଟାଲ ପ୍ଲାଟଫର୍ମ ରେ ଭକ୍ତ ମାନେ କରିଛନ୍ତି । ଯାହାକି ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଫେସ୍ ବୁକ୍ ପେଜରେ ଭକ୍ତ ମାନଙ୍କୁ ଲାଇଭ ଦର୍ଶନ ର ବ୍ୟବସ୍ଥା କରାଯାଇଛି ।
ସେହିଭଳି ବରଗଡ଼ ମାଁ ସମଲେଶ୍ଵରୀ ଦେବୀଙ୍କ ପୀଠରେ ମଧ୍ୟ ଧବଳମୁଖୀ ବେଶ ରେ ସଜ୍ଜିତ କରାଯାଇ ପୂଜାର୍ଚ୍ଚନା କରାଯାଇଛି । ଅନେକ ଭକ୍ତ ମାଁ ଙ୍କୁ ମନ୍ଦିର ବାହାର ପାଖ ରୁ ଦର୍ଶନ କରୁଥିବା ପରିଲକ୍ଷିତ ହୋଇଛି । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)