ଓଡ଼ିଶା ତାଜା ନ୍ୟୁଜ୍ (୧୭ ସେପ୍ଟେମ୍ବର ଗୁରୁବାର ) ବରଗଡ଼ :– ବରିଷ୍ଠ ଶିକ୍ଷାବିତ ତଥା ଓଷ୍ଟାର ପ୍ରାକ୍ତନ ସଭାପତି ନରସିଂହ ବିଶି ଙ୍କ ଆଜି ସକାଳୁ ଖେଦାପାଲିସ୍ଥିତ କୋଭିଟ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥା ରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହେଉଥିଲା । ସ୍ବର୍ଗତ ବିଶି ଅର୍ଦ୍ଧଶତଧଦ୍ଧୀ ଧରି ବରଗଡ଼ ଜିଲ୍ଲା ର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହ ଜଡ଼ିତ ଥିଲେ ।
ସେ ତାଙ୍କ କର୍ମମୟ ଜୀବନ ରେ ଶିକ୍ଷକ ମାନଙ୍କ ପାଇଁ ଅନେକ କାର୍ଯ୍ୟ କରିଥିଲେ । ସେ ଓଷ୍ଟାର ରାଜ୍ୟ ସଭାପତି ମଧ୍ୟ ରହିଥିଲେ । ତାଙ୍କ ବିୟୋଗରେ ରାଜ୍ୟ ସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଶୋକ ବ୍ୟକ୍ତ କରିଛନ୍ତି । ଏହି ଦୁଃଖଦ ସମୟରେ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି । ସେହିପରି ଜିଲ୍ଲା ର ବିଭିନ୍ନ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ଗୁଡ଼ିକ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)