ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଖୋର୍ଦ୍ଧା ଜିଲ୍ଲା ଜଟଣୀ ସରସ ମହୋତ୍ସବ ଅବସରରେ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀମତୀ ପୁଷ୍ପିତା ମିଶ୍ର ଙ୍କୁ “ସରସ ସମ୍ମାନ” ରେ ସମ୍ମାନିତ କରାଯାଇଛି । ଓଡ଼ିଶୀ ନୃତ୍ୟ କୁ ନେଇ ଜାତୀୟ ସ୍ତର ରେ ଚର୍ଚ୍ଚିତ ହୋଇଛନ୍ତି ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀମତୀ ପୁଷ୍ପିତା ମିଶ୍ର। ନୃତ୍ୟଶ୍ରୀ ନୃତ୍ୟ ଅନୁଷ୍ଠାନ ତରଫରୁ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଠାରେ ଆୟୋଜିତ ଏହି ଉତ୍ସବରେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀମତୀ ପୁଷ୍ପିତା ମିଶ୍ର ଙ୍କୁ ସମ୍ମାନିତ କରାଯାଇଥିଲା ।















