ପ୍ରାୟ ଅଧାଘଣ୍ଟା ପରେ ସିଂହାଦ୍ରି ଘରକୁ ଫେରି ଆସିଥିଲେ । ତାଲା ଭଙ୍ଗାଯାଇଥିବା ଦେଖି କାଳବିଳମ୍ବ ନକରି ସେ ଚୋରି ସନ୍ଦେହ କରି ପାଖ ପଡ଼ୋଶୀଙ୍କୁ ଡାକ ପକାଇଥିଲେ । ପଡୋଶୀମାନେ ସେଠାରେ ପହଞ୍ଚି ପାରଳା ଥାନାକୁ ଜଣାଇଥିଲେ. ଖବର ପାଇ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ ପହଞ୍ଚି ଗ୍ରାମବାସୀଙ୍କ ସାମ୍ନାରେ ଘର କବାଟ ଖୋଲି ଦୁଇ ଚୋରଙ୍କୁ କାବୁ କରିଥିଲେ l ଏହି ଦୁଇ ଜଣ ଚୋର ହେଲେ ପାରଳା ସହରର ସଞ୍ଜୟଗାନ୍ଧୀ କଲୋନୀର ଏମତେଣ୍ଟି (27) l ଓ ଦୋଳବନ୍ଧ ସାହିର ଏନ. ନାଗରାଜ (31). ଘଟଣାସ୍ଥଳରେ ସେମାନଙ୍କ ଠାରୁ ୩ ତୋଳା ସୁନାଗହଣା, ୧୦ ତୋଳା ଚାନ୍ଦି ଗହଣା, ନଗଦ ରାଶି ୨୦ ହଜାର ଟଙ୍କା ଚୋରି ସାମଗ୍ରୀ ପୋଲିସ ଜବତ କରିଥିଲେ l ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଥିବା ପାରଳା ଥାନା ଆଇଆଇସି ସୂଚନା ପ୍ରଦାନ କରିଛନ୍ତି l

© 2023 Odisha Taza News.