No Result
View All Result
ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ମହକୁମାସ୍ଥିତ ସ୍ୱାଲସିଂ ସାହିର ଶୁଭଗମନା ସ୍ୱାଲସିଂ (୮୨) ବିଧବା ବୃଦ୍ଧାଙ୍କ ସରକାରୀ ପେନସନ ଦୀର୍ଘ ଦଶ ବର୍ଷ ଧରି ୨୦୧୫ ମସିହା ଠାରୁ ଗୋଟିଏ ପରିବାରର ବାପା ଓ ତିନି ପୁଅ ବ୍ୟାଙ୍କରୁ ଉଠାଇ ଆତ୍ମସାତ କରିଥିବା ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ଏ ନେଇ ରାୟଗଡ଼ ଥାନାରେ ତାଙ୍କ ସମ୍ପର୍କୀୟ ଭଣଜା ସୁକାନ୍ତ ସ୍ୱାଲସିଂ ଲିଖିତ ଅଭିଯୋଗ କରିଥିବାବେଳେ ଶୁକ୍ରବାର ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ପୁଲିସ କେସ୍ ନଂ ୧୦୭/୨୫ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଆଜି ସମ୍ପୃକ୍ତ ଥିବା ନିରୋଜ ବର୍ଦ୍ଧନ (୩୯) ,
ଉଜ୍ଜ୍ୱଳ ବର୍ଦ୍ଧନ (୨୫) ଦୁଇ ଭାଇଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ କମଳା ଚୌଧୁରୀ କହିଛନ୍ତି । ପ୍ରକାଶ ଥାଉକି ୨୦୧୫ ମସିହା ଠାରୁ ୨୦୨୫ ମସିହା ବର୍ତମାନ ଚାଲି ଥିବା ମାସ ଯାଏ ପ୍ରାୟ ଚଉଦ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ଟଙ୍କା ଶୁଭଗମନା ସ୍ୱାଲସିଂ (୮୨) ବିଧବା ବୃଦ୍ଧାଙ୍କ ସରକାରୀ ପେନସନ କୁ ଉଭୟେ ଦୁଇ ଭାଇ ଠକି ନେଇଥିବା ରାୟଗଡ଼ ଥାନା ଅଧିକାରୀଣୀ ଶ୍ରୀମତୀ ଚୌଧୁରୀ ପ୍ରକାଶ କରିଛନ୍ତି ।

No Result
View All Result