No Result
View All Result
ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିର୍ଦେଶକ୍ରମେ ଓ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଏବଂ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟାପିକା ତଥା ସଂଯୋଜିକା ଅନୁସ୍ୟୁୟlପୃଷ୍ଟି, ରୂପେଲି ସାହୁ ପ୍ରମୁଖଙ୍କ ଆବାହକତ୍ୱରେ ପରମାନନ୍ଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଶନିବାର ଦିନ ବ୍ଲକସ୍ତରୀୟ ଯୁବପ୍ରତିଭା ଉତ୍ସବ ମହାଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଅଛି ! ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ମୁଖ୍ୟଅତିଥିଭାବେ ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ଼.ପ୍ରଦୀପ କୁମାର ଦାଶ,

ମୁଖ୍ୟବକ୍ତାଭାବେ ପlଞ୍ଚଗଡ଼ ଅନଙ୍ଗ ନରେନ୍ଦ୍ର ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାମନ୍ତରାୟ ଓ ସଂମ୍ମାନିତ ଅତିଥିଭାବେ ଦେଉଳିସ୍ଥିତ ରାଧାମାଧବ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ବଟକୃଷ୍ଣ ସାହୁ ,ଅତିରିକ୍ତ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ନାଥ ସ୍ୱାଇଁ, ଦେଉଳିସ୍ଥିତ ରଘୁନାଥ ଡିଗ୍ରୀ କଲେଜ ଅଧ୍ୟକ୍ଷ ଶେଖ ରହିମ ଖାଁ ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୃତିରେ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ ! ଏହି କାର୍ଯ୍ୟକ୍ରମରେ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟାପିକା ରୂପେଲି ସାହୁ ସ୍ୱାଗତ ଭାଷଣ ଦେଇ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ !

ଏହିଯୁବ ପ୍ରତିଭା ଚୟନ ଉତ୍ସବରେ ବୋଲଗଡ଼ ଶିକ୍ଷା ବ୍ଲକ ଅନ୍ତର୍ଗତ ୪ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ୪ଟି ଡିଗ୍ରୀ ମହାବିଦ୍ୟାଳୟ ଗୁଡ଼ିକରୁ ୧୦୦ଜଣ ଛାତ୍ରଛାତ୍ରୀମାନେ ଲୋକ ନୃତ୍ୟ, ଗୀତ, ଚିତ୍ରାଙ୍କନ, ବିଜ୍ଞାନ ପ୍ରକଳ୍ପ, ଗଳ୍ପ ଲିଖନ, କବିତା ରଚନା, ବକୃତା ପ୍ରତିଯୋଗିତା ଗୁଡିକରେ ଅଂଶ ଗ୍ରହଣ କରିଥିଲେ ! ସେମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ୨୫ଜଣ କୃତୀ ପ୍ରତିଯୋଗୀମାନେ ଖୋର୍ଦ୍ଧା ଜିଲ୍ଲାସ୍ତରକୁ ମନୋନୀତ ହୋଇଅଛନ୍ତି !

ଏହି ଯୁବ ପ୍ରତିଭା କାର୍ଯ୍ୟକ୍ରମ ଗୁଡିକୁ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀ,ସାଧାନକେନ୍ଦ୍ର ସଂଯୋଜକ ଓ ପରମାନନ୍ଦ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା /ଅଧ୍ୟାପକ କର୍ମଚାରୀମାନେ ସହଯୋଗକରି ପରିଚାଳନା କରିଥିଲେ ! ସମସ୍ତ ନିମନ୍ତ୍ରିତ ଅତିଥିମାନେ କୃତୀ ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ !

ଦେଶ ଓ ଜାତିର ପ୍ରଗତିରେ ଯୁବଶକ୍ତିର ଆବଶ୍ୟକତା ରହିଛି ବୋଲି ମୁଖ୍ୟଅତିଥି ଶ୍ରୀ ଦଶ ପରାମର୍ଶ ଦେଇଥିଲେ ! ଯୁବଶକ୍ତି ବିକାଶ ଘଟିଲେ ଦେଶ ଓ ଗଣ ଶକ୍ତି ସୁରକ୍ଷା ହୋଇପାରିବ ବୋଲି ସଭସପରି ପ୍ରମୋଦ କୁମାର ସ୍ୱାଇଁ ସୂଚନା ଦେଇଥିଲେ ! ପରିଶେଷରେ ନୂଆସାହି ସାଧନ କେନ୍ଦ୍ର ସଂଯୋଜକ ଚନ୍ଦ୍ରଶେଖର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

No Result
View All Result