ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଶୁକ୍ରବାର ଦିନ ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ରାଷ୍ଟ୍ରୀୟ ବାଲ ବୈଜ୍ଞାନିକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି | ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ନାହାକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l
ଏହି ବିଜ୍ଞାନ ମେଳାରେ ମୋଟ 30 ଟି ପ୍ରକଳ୍ପ ସ୍ଥାନ ପାଇଥିଲା ତନ୍ମଧ୍ୟରୁ 3 ଟି ପ୍ରକଳ୍ପ ବ୍ଲକ ସ୍ତରରେ ହେବାକୁ ଥିବା ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଥିଲା l
ନବମ ଶ୍ରେଣୀର ଲିଟୁ ନାୟକଙ୍କ ପ୍ରକଳ୍ପ ସହରାଞ୍ଚଳରେ କଳକାରଖାନା ମାନଙ୍କରୁ ନିର୍ଗତ ଦୂଷିତ ଜଳର ପୁନଃ ବ୍ୟବହାର ପ୍ରକଳ୍ପଟି ଉଚ୍ଚକୋଟୀର ହୋଇଥିଲା l କୋମଳମତି ଶିଶୁମାନଙ୍କର ଅନ୍ତର୍ନିହିତ ଗୁଣାବଳିର ପରିପ୍ରକାଶ ନିମନ୍ତେ ଏହା ସର୍ବୋତ୍ତମ କାର୍ଯ୍ୟକ୍ରମ ବୋଲି ମତ ପ୍ରକାଶ ପାଇଥିଲା l














