No Result
View All Result
ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ରାଜକିଶୋର ସେନାପତି – ସାକ୍ଷୀଗୋପାଳ ସ୍ଥିତ କୃଷିବିଜ୍ଞାନ କେନ୍ଦ୍ର , ପୁରୀ, ପରିସରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା,୨୦୨୫ ଅନୁଷ୍ଠିତ କରାଯାଇଥିଲା । ଏହି ମେଳା ରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ସାଂସଦ ପୁରୀ ଡ଼ା ସମ୍ବିତ ପାତ୍ର , ମୁଖ୍ୟ ବକ୍ତା ଭାବେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଓମ୍ ପ୍ରକାଶ ମିଶ୍ର ଯୋଗ ଦେଇ ମେଳାର ଶୁଭ ଉଦଘାଟନ କରିଥିଲେ । ଏହି ସଭାରେ ଯୋଗଦେଇଥିଲେ ସତ୍ୟବାଦୀ ବ୍ଲକ ଅଧକ୍ଷ ସୁନୀଲ କୁମାର ପଣ୍ଡା,

ଉପାଧ୍ୟକ୍ଷ ନିବେଦିତା ପାତ୍ର, ଜିଲ୍ଲାପରିଷଦ ସଭ୍ୟ ରତିକାନ୍ତ ମିଶ୍ର,ସଭ୍ୟା ବିଷ୍ନୁପ୍ରିୟା ବରାଳ, ବିଡ଼ିଓ ଦେବାଶିଷ ନାୟକ, ତହସିଲଦାର ସନ୍ତୋଷ ପାଣିଗ୍ରାହୀ ଓ ଆତ୍ମା ଅଧକ୍ଷ ସୁରେନ୍ଦ୍ର ପ୍ରଧାନ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଆନୁଷ୍ଠାନିକ ଭାବେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଡାକ୍ତର ବନଜ କାନ୍ତ ପତି, ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ, ସ୍ବାଗତ ଅଭିଭାଷଣ ଦେଇଥିଲେ ।

ଏଥିରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ପୁରୀ , ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ, ପୁରୀ ପ୍ରମୁଖ ସେମାନଙ୍କର ମତାମତ ରଖିଥିଲେ । ପ୍ରାଣୀ ପାଳକ ଓ ମତ୍ସ୍ୟ ଚାଷୀ ମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କ ରେ ଅବଗତ କରାଯାଇଥିଲା ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ କୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ଚାଷୀ ମାନଙ୍କୁ ଠାରୁ ସେମାନଙ୍କର ମତାମତ ମଧ୍ୟ ସଂଗ୍ରହ କରାଯାଇଥିଲା ।

ପୁନଶ୍ଚ ଜିଲ୍ଲା ମତ୍ସ୍ୟ ବିଭାଗ ତରଫରୁ ପ୍ରତିନିଧିତ୍ବ କରୁଥିବା କୁମାରୀ ସୋନାଲି ପଣ୍ଡା ବିଭାଗର ସମସ୍ତ ଯୋଜନା ଗୁଡିକ ବିଷୟରେ ବିସ୍ତୃତ ଆଲୋକପାତ କରିଥିଲେ । ମତ୍ସ୍ୟ ବିଭାଗ ଏବଂ ପ୍ରାଣୀ ସମ୍ପଦ ବିକାଶ ବିଭାଗର ୪ ଜଣ ଲେଖାଏଁ ସଫଳ ଚାଷୀ ମାନଙ୍କୁ ନଗଦ ରାଶି, ମାନପତ୍ର , ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ଗୋପାଳନ , ଛେଳି ପାଳନ, କୁକୁଡ଼ା ପାଳନ, ମତ୍ସ୍ୟ ଚାଷ ରେ ରିହାତି ପାଇଥିବା ଅଗ୍ରଣୀ ଚାଷୀ ଙ୍କୁ ଚେକ ପ୍ରଦାନ କରାଯାଇଥିଲା

ଏବଂ ବିଭିନ୍ନ ପଂଚାୟତରୁ ୨୮ ଜଣ ଚାଷୀ ଙ୍କୁ କାର୍ଯ୍ୟାଦେଶ ପତ୍ର ଆବଣ୍ଟନ କରାଯାଇଥିଲାଏଥିରେ ମୁଖ୍ୟ ବକ୍ତା ଓ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥି ନିଜ ନିଜର ଅଭିବ୍ୟକ୍ତି ରଖିଥିଲେ।ସତ୍ୟବାଦୀର ୨୪ ପଂଚାୟତରୁ ଆସିଥିବା ୭௦௦ ରୁ ଉର୍ଧ ଚାଷୀ ମାନଙ୍କୁ ମତ୍ସ୍ୟ ଚାଷ ଓ ପ୍ରାଣୀ ପାଳନ ପାଇଁ ପ୍ରୋତ୍ସାହିତ କରିଥିଲେ । ଏହି ଅବସର ରେ ଚାଷୀ ଓ ବୈଜ୍ଞାନିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ର ସମସ୍ତ ପ୍ରଦଶର୍ନୀ ବୁଲି ଦେଖିଥିଲେ । ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ.ସୂର୍ଯ୍ୟ ନାରାୟଣ ମିଶ୍ର, କୃଷି ବିଜ୍ଞାନ କେନ୍ଦ୍ର, ପୁରୀ,ଧନ୍ୟବାଦ୍ ଅର୍ପଣ କରିଥିଲେ ।

No Result
View All Result